ପୁରୀ ସମୁଦ୍ର କୁଳ ହୋଟେଲ ଛାତ ଉପରୁ ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସମୁଦ୍ର କୁଳ ହୋଟେଲ ଦୀପ ରୀସର୍ଟ ଛାତ ଉପରୁ ପଡି ଜଣେ ପର୍ଯ୍ୟଟକ ଙ୍କ ମୃତ୍ୟୁ  l ମୃତ ପର୍ଯ୍ୟଟକ ହେଉଛନ୍ତି କୋଲକାତା ର ଚୟନ ରାୟ । ତେବେ ବଡ଼ କଥା ହେଉଛି ମୃତକ ଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି l ଏହି ଘଟଣା କୁ ନେଇ ସି ବିଚ ଥାନା ରେ ମାମଲା ରୁଜୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ ସାଙ୍ଗ ମାନଙ୍କ ସହ କୋଲକାତା ର ଚୟନ ରାୟ ପୁରୀ ବୁଲିବାକୁ ଆସିଥିଲେ l ତେବେ ଗତକାଲି ସେ ହୋଟେଲ ରେ ଥିବା ବେଳେ ତୃତୀୟ ମହଲା ବାଲକୋନି ପଡିଯାଇ ଗୁରୁତର ହୋଇ ଥିଲେ । ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇ ଥିଲା । ହେଲେ ଏମ୍ସ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ଚୟନ ଙ୍କ ସାଙ୍ଗ ମାନେ ଫେରାର ହୋଇ ଯାଇ ଥିଲେ। ଫଳରେ ମୃତକ ଙ୍କ ପରିବାର ଲୋକ ଙ୍କ ସନ୍ଦେହ ହୋଇ ଥିଲା। ଏହି ଘଟଣା କୁ ନେଇ ପୁରୀ ସି ବିଚ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଘଟଣା ର ତଦନ୍ତ ଚାଲିଥିବା ପୁରୀ ଅତିରିକ୍ତ ଏସପି କହିଛନ୍ତି।

Leave a Reply

Your email address will not be published.