ସାମ୍ବାଦିକଙ୍କୁ ଗିରଫ ଓ ଗୋଡ଼ରେ ବେଡି ପକାଇବା ଘଟଣା, ପୁରୀ ଏସପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୀ, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ରେ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ପୋଲିସ ଏକ ସାମାନ୍ୟ ବଚସା ଘଟଣାକୁ ନେଇ ଗିରଫ କରିବା ଓ ହସପିଟାଲରେ ଚିକିତ୍ସା ଅବସ୍ଥାରେ ଗୋଡ଼ ରେ ବେଡି ପକାଇ ସଶସ୍ତ୍ର ପୋଲିସ ମୁତୟନ ଘଟଣା କୁ ସାରା ରାଜ୍ୟ ରେ ସାମ୍ବାଦିକ ମହଲରେ ତୀଵ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପୋଲିସ ଯେଭଳି ଆତଂକବାଦୀ ଭଳି ବ୍ୟବହାର ପ୍ରଦର୍ଶନ କରିବା ସହ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ନେଇ ବିଭିନ୍ନ ମହଲରେ ବିରୋଧ ର ସ୍ୱର ତୀଵ୍ର ହେବାରେ ଲାଗିଛି । ପୋଲିସ ଯେଭଳି ଜଣେ କର୍ତ୍ତବ୍ୟରତ ସାମ୍ୱାଦିକଙ୍କ ପ୍ରତିମାନବାଧିକାର ଉଲଘଂନ କରିଛି ତୁରନ୍ତ ନୀଳଗିରି ଥାନା ଅଧିକାରୀ ଙ୍କୁ ଚାକିରୀ ବହିଷ୍କାର ଦାବି ରେ ପୁରୀ ଜର୍ଣ୍ଣାଲିଷ୍ଟ କେୟାର ଏବଂ ଜିଲ୍ଲାର ସମସ୍ତ ସାମ୍ୱାଦିକ ଆଜି ପୁରୀ ଏସପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ପୋଲିସ ଡିଜି ଦୋଷୀ ପୋଲିସ ଅଧିକାରୀ ଙ୍କ ବିରୋଧ ରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାର ସମସ୍ତ ସାମ୍ବାଦିକ ଦାବି କରିଛନ୍ତି । ଏହି ମର୍ମ ରେ ଏକ ଦାବି ପତ୍ର ପୋଲିସ ଆଇଜି ନରସିଂହ ଭୋଳ ଙ୍କୁ ପ୍ରଦାନ କରାଯାଇଛି । ସେପଟେ ପୋଲିସ ଆଇଜି ନରସିଂହ ଭୋଳ ଏହି ଘଟଣା ଦୁର୍ଭାଗ୍ୟ ଜନକ କହିଛନ୍ତି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ଯିଏ ବି ପୋଲିସ ଅଧିକାରୀ ଦାୟୀ ରହିବେ ଉକ୍ତ ଅଫିସର , କର୍ମଚାରୀ ଙ୍କ ବିରୋଧ ରେ କଡା ପଦକ୍ଷେପ ନିଆଯିବ ବୋଲି ପୋଲିସ ଆଜି ପ୍ରତିକ୍ରିୟା ରେ କହିଛନ୍ତି ।

Leave a Reply

Your email address will not be published.