ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ରେଲୱେ ସେଟ୍ ଲମେଣ୍ଟ ହାଇସ୍କୁଲଠାରେ କଟକ ମହାନଗର ନିଗମର ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ଅନ୍ତର୍ଗତ ବିଭିନ୍ନ ଉଚ୍ଚବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ମେଳାରେ ଅଂଶଗ୍ରହଣ କରିଥିଲେ।ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷ ସୁକାନ୍ତ କୁମାର ଷଡ଼ଙ୍ଗୀ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ ଯୋଗଦେଇ କହିଲେ ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ମେଳା ମାଧ୍ୟମରେ ସେମାନଙ୍କର ରହିଥିବା ଲୁକାୟିତ ପ୍ରତିଭାକୁ ଆଗକୁ ଆଣିବା ନିମନ୍ତେ ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଦୃଢମନା ହେବାକୁ ଆହ୍ଵାନ ଦେଇ କହିଲେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଯେତେ ଉନ୍ନତ ସ୍ତରକୁ ଯିବ ଆମ ଉତ୍ପାଦାନ ବଢିବ,ମଣିଷ କ୍ରିୟାଶୀଳ ହେବ। ଗୋଟିଏ ନୂଆ ଯୁଗର ପ୍ରକ୍ରିୟା ଆରମ୍ଭ ହେବ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବାରବାଟୀ କଟକର ବିଧାୟକ ଇଂ ମହମ୍ମଦ ମୋକିମ, ଚୌଦ୍ୱାର କଟକ ବିଧାୟକ ସମ୍ମାନୀତ ଅତିଥି ଭାବରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, କର୍ପୋରେଟର ସୁବାସିସ ପଟ୍ଟନାୟକ, ବଟକୃଷ୍ଣ ସାହୁ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଦିପ୍ତୀ ଶୁଭଦର୍ଶୀନି, ମଣ୍ଡଳ ଶିକ୍ଷାଧିକାରୀ ସରସ୍ଵତୀ କାନୁନଗୋ, ଏ ବି ଓ ଅନନ୍ତ ଚରଣ ଦେହୁରୀ, କନକ ଲତା ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ମେଳା ବିଷୟରେ ଉଦବୋଧନ ଦେଇଥିଲେ।ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଏହି ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳାରେ 80 ରୁ ଉର୍ଦ୍ଧ୍ବ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସିନିୟର୍ ବିଭାଗରେ ଲିପି ଚୌଧୁରୀ, ମୁନିସ ପାଲ ମଡେଲ ହାଇସ୍କୁଲ,ଏନ୍ ଯଶୋବନ୍ତ ରାଓ,ଭକ୍ତମଧୁ ବିଦ୍ୟାପୀଠ,ପ୍ରତୀକ୍ଷା ଦାସ, ରେଭେନ୍ସା କଲିଜିଏଟ ସ୍କୁଲ, ଆୟସ କୁମାର ପଲେଇ ସରକାରୀ ୟୁପି ସ୍କୁଲ୍ ବାଦାମବାଡ଼ି,ସମ୍ଭୁ ଦାସ ରେଲ୍ ୱେ ସେଟଲମେଣ୍ଟ ହାଇସ୍କୁଲ, ଆକାଶ ଦାସ ମୁନିସ୍ ପାଲ ସିଟି ହାଇସ୍କୁଲ,ରାଜାବଗିଚାର ଛାତ୍ର ଛାତ୍ରୀ ଜୁନିଅର ବିଭାଗରେ ବିରାଜ କୁମାର ସାହୁ, ସ୍ନେହଲତା ପାତ୍ର, ସଞ୍ଚିତା ନାୟକ ଜିଲ୍ଲା ସ୍ତରରେ ହେବାକୁ ଥିବା ବିଜ୍ଞାନମେଳା ରେ ଅଂଶ ଗ୍ରହଣ କରିବା ନିମନ୍ତେ କୃତକାର୍ଯ୍ୟ ହୋଇଛନ୍ତି। ମଣ୍ଡଳ ଶିକ୍ଷାଧିକାରୀ ସରସ୍ୱତୀ କାନୁନଗୋ ମଞ୍ଚ ପରିଚାଳନା କରିଥିବା ବେଳେ ଏ ବି ଓ ସରୋଜିନୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.