କିନାବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସମ୍ବଲପୁର ଜିଲ୍ଲାର କିନାବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସଚେତନତା ରଥ ବୁଲୁଥିବା ଦେଖାଯାଇଛି।କରୋନାମହାମାରୀ ଯୋଗୁଁ ସାରାଦେଶରେ ହାହାକାର ପଡ଼ିଯାଇଥିଲା।ଦେଶର ଭବିଷ୍ୟତ ଗଢୁଥିବା ଛାତ୍ରଛାତ୍ରୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ସ୍କୁଲ କଲେଜ ବନ୍ଦ କରି ଥିଲେ। ଦୀର୍ଘଦୁଇବର୍ଷ ପରେ ବର୍ତ୍ତମାନ କରୋନା ସ୍ଥିତି ‌ସୁଧୁରିବାପରେ ସମସ୍ତ ସ୍କୁଲ କଲେଜ ଖୋଲାଯାଇଛି ସତ, ହେଲେ ଶତକଡା ୭୦/୮୦ଭାଗ ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ଆସୁଥିବାବେଳେ ଆହୁରି ୨୦/ଭାଗ ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ଆସୁନାହାନ୍ତି। କେମିତି ୧୦୦ରୁ ୧୦୦ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ଆସି ଶିକ୍ଷା ଗ୍ରହଣ କରିବେ, ସେଥିପାଇଁ ଓଡ଼ିଶାର ପ୍ରିୟ‌ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଏକ ଅଭିନବ ପ୍ରୟାସ। ଏହି ଶିକ୍ଷାସଚେତନତା ରଥ ଗାଁ ଗାଁ ପଡାପଡା ଚାରିଆଡ଼େ ବୁଲି “ଆସଆମେ ସ୍କୁଲ ଯିବା,ଆମର ଭବିଷ୍ୟତ ଆମେ ଗଢିବା” ଏହି ଗିତ ବଜାଇ ଚାରିଆଡ଼େ ପ୍ରଚାର କରାଯାଉଛି। ଏହାଦ୍ବାରା ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବା ସହିତ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ଆସିବାକୁ ବାଧ୍ୟ ହେବେ। ଏଥିରେ ଦ୍ଵିମତ ନାହିଁ।ଏହି ଶିକ୍ଷାସଚେତନତା ରଥଟି ବାମରା ବ୍ଳକ ରୁ ବାହାରି ସମସ୍ତ ୧୭ଗୋଟି ପଞ୍ଚାୟତ ର ସମସ୍ତ ଗାଁ ପଡ଼ା ବୁଲି ସଚେତନତା ସୃଷ୍ଟି କରାଯିବ ବୋଲି ବାମରା ବ୍ଳକ ର‌ ପିଣ୍ଡାପଥର ସିଆରସିସି ଅଶୋକ କୁମାର ପଟେଲ ଏବଂ କିନାବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭେଷଜ କୁମାର ପଟେଲ କହିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.