ନୀଳଗିରି ପୋଲିସର ଦବଙ୍ଗ ଗିରି, ମିଥ୍ୟା କେଶ ଲଗାଇ ସାମ୍ବାଦିକଙ୍କ ପାଦରେ ପକାଉଛି ବେଡ଼ି

ଖଇରା, (ନାଗରାଜ ନ୍ୟୁଜ): ପୁଣି ଥରେ ନିଳଗିରୀ ପୁଲିସର ଦବଙ୍ଗ ଗିରୀ ଦେଖିବାକୁ ମିଳିଛି। ମିଛ ମାମଲା ଆଧାରରେ ଜୈନିକ ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିକୁ ଗିରଫ ଜାଣିବାକୁ ମିଳିଛି। ତେବେ ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ନିଳଗିରୀ ବ୍ଲକର ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିଙ୍କୁ ପୁଲିସ ମିଛ ମାମଲାରେ ଫସାଇ ଗିରଫ କରିଥିବା ସୂଚନା ମିଳିଛି। ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ସାମନ୍ୟ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଟାତ୍ ପୁଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣା ପଡିଛି। ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ତା ଗମ୍ଭୀରଭାବେ ଖରାପ ହୋଇଥିବା ଯୋଗୁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବାଡମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନିଳଗିରୀ ପୁଲିସର ଏଭଳି ଆକ୍ରୋଶ ମୁଳକ ଭାବେ କରିଥିବା ଘଟଣାକୁ ସମସ୍ତ ମହଲରେ ନିନ୍ଦା ପ୍ରକାଶ ହୋଇଛି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.