ନନ୍ଦନକାନନରେ ଗଡ଼ିଲା ଟୟ ଟ୍ରେନ

ବାରଙ୍ଗ, (ନାଗରାଜ ନ୍ୟୁଜ ): ବାରଙ୍ଗ ନନ୍ଦନକାନନରେ ପୁଣି ଗଡ଼ିଲା ଟୟ ଟ୍ରେନ । ପର୍ଯ୍ୟଟକ ନେବେ ଡବଲ ମଜା, ଜୀବଜନ୍ତୁ ଦେଖିବା ସହିତ ଶିଶୁ ରେଳ ଗାଡ଼ିରେ ବୁଲିବାର ଭରପୁର ମଜା ଉଠେଇପାରିବେ । ଦୀର୍ଘ ବର୍ଷ ହେଲା ବନ୍ଦ ପଡ଼ିଥିବା ଟୟ ଟ୍ରେନକୁ ଅକ୍ଟୋବର ୮ ତାରିଖରେ ପୁନର୍ବାର ଉଦଘାଟିତ କରାଯାଇଥିଲା, ହେଲେ ଟ୍ରେନଟି ଦୁଇ ଦିନ ଚାଲୁ ଚାଲୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ସର୍ଟ ସର୍କିଟ ହୋଇ ଅଚଳ ଯାଇଥିଲା । ହେଲେ ଆଜି ଏଇ ଟୟ ଟ୍ରେନଟି ପୁନର୍ବାର କତ୍ତୃପକ୍ଷ ଚଳାଇଛନ୍ତି । ବର୍ତ୍ତମାନ ଟ୍ରାଏଲ ବେସିସରେ ଥିବା ଏଇ ଟୟ ଟ୍ରେନଟି ଦିନକୁ ୬ ଥର ପରିକ୍ରମା କରିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କତ୍ତୃପକ୍ଷ ଟ୍ରେନଟିକୁ ଚାଲିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିଛନ୍ତି । ନୂତନ ବ୍ୟାଟେରୀ ଏବଂ ନୂତନ ୱାରିଙ୍ଗରେ ଟ୍ରେନଟିକୁ ପୁନର୍ବାର ପ୍ରସ୍ତୁତ କରାଯାଇଛି । ପ୍ରଦୂଷଣ ମୁକ୍ତକୁ ଦୃଷ୍ଟିରେ ରଖି ଡିଜେଲ ଇଞ୍ଜିନ ବଦଳରେ, ଇଲେକ୍ଟ୍ରି ଚାର୍ଜ ଟ୍ରେନ ପ୍ରସ୍ତୁତ କରାଯାଇଛି । ଥରକରେ ୭୨ ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ । ଟ୍ରେନଟି ୮ ରୁ ୧୦ କି.ମି ସ୍ପିଡ଼ରେ ପରିକ୍ରମା କରିବ । ପର ମୁହୂର୍ତ୍ତରେ ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ୬ ଥର ବଦଳରେ ଏକାଧିକ ଥର ଚଲେଇବା ପାଇଁ ସୂଚନା ଦେଇଛନ୍ତି ନନ୍ଦନକାନନର କତ୍ତୃପକ୍ଷ ଶରତ କୁମାର ବେହେରା ।

Leave a Reply

Your email address will not be published.