କଳା ପଟ୍ଟନାୟକଙ୍କର ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଖୋର୍ଦ୍ଧା, (ନାଗରାଜ ନ୍ୟୁଜ): ଖୋର୍ଦ୍ଧା ସହରର ଜଣେ ବିଶିଷ୍ଟ ଶିକ୍ଷାବିତ ତଥା କବ୍ୟୟତ୍ରୀ କଳା ପଟ୍ଟନାୟକଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଇପାସ୍ ରୋଡ ସ୍ଥିତ ଚୈତନ୍ୟ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ସାରସ୍ୱତ ସାଧକ ପୀତବାସ ରାଉତରାୟ, ସମାଜସେବୀ ଦିଲ୍ଲୀପ ପଟ୍ଟନାୟକ ଓ ପ୍ରାଧ୍ୟାପକ ଗଙ୍ଗାଧର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ସମ୍ବିତ ପଟ୍ଟନାୟକଙ୍କ ସଂଯୋଜନାରେ ନବମ ଅବତାର ବୁଦ୍ଧ ଓ ଜଗନାଥ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଭାବେ ଗବେଷକ ଜାନକୀ ବଲ୍ଳଭ ପଟ୍ଟନାୟକ ଯୋଗ ଦେଇ ଜଗନାଥ ଏବଂ ବୁଦ୍ଧଙ୍କ ଉପରେ ଅନେକ ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ କଳାବିନୋଦ ଚେତନା ପରିଷଦର ହିଷ୍ଟୋରିକାଲ ରିସର୍ଚ୍ଚ ଯୌରନାଲ ତ୍ରିକଳିଙ୍ଗର ଅକ୍ଟୋବର ସଂଖ୍ୟା ଲୋକାର୍ପିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ସହରର ବରିଷ୍ଠ ବୁଦ୍ଧିଜୀବୀ ଡା. ବ୍ରୁନ୍ଦାବନ ପଣ୍ଡା, ଡା. ଧୀରେନ୍ଦ୍ର ନନ୍ଦ, ସାମ୍ବାଦିକ ସୁଜିତ ମିଶ୍ର, କବି ନୀଳାଦ୍ରି ଜଗଦେବ ଓ ଶିକ୍ୟବିତ୍ତ ବଳରାମ ରାଣସିଙ୍ଗ ନୋଟାରୀ ଶକ୍ତି ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କିଶୋର ଜେନା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.