ଲୋକସଭା ପରେ ଏବେ ରାଜ୍ୟସଭାରେ ପାସ୍ ହେଲା କୃଷି ଆଇନ ଉଚ୍ଛେଦ ବିଲ୍

ନୂଆଦିଲ୍ଳୀ, (ନାଗରାଜ ନ୍ୟୁଜ): ତିନି କୃଷି ଆଇନ ପ୍ରତ୍ୟାହର ବିଲ୍‌କୁ ସଂସଦରେ ବାଜିଲା ମୋହର । ଉଭୟ ଗୃହରେ ପାସ୍ ହେଲା ବିଲ୍‌ । ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ତିନି କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ । ଏଠି ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲ୍‌ ପାସ୍‌ ହୋଇଛି । ବିଲ୍‌ ଉପରେ ଚର୍ଚ୍ଚାକୁ ନେଇ ବିରୋଧୀମାନେ ହଙ୍ଗମା କରିଛନ୍ତି। ଏବେ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। ରାଷ୍ଟ୍ରପତିଙ୍କ ଅନିୁମୋଦନ ପରେ ସମ୍ପୂର୍ଣ୍ଣ ରୂପେ ତିନି କୃଷି ଆଇନ୍‌ ଉଚ୍ଛେଦ ହୋଇଯିବ । ତେବେ ୩ କୃଷି ଆଇନ ଉଚ୍ଛେଦ ବିଲ ପାସ୍ ହୋଇଥିଲେ ବି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ।

ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସୂଚନା ଥାଉ କି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ୟ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।

Leave a Reply

Your email address will not be published.