ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଉଷ୍ମତା ଅନୁଭବ ହୋଇଛି । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ମତଦାନ ହେବ । ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ରାଜ୍ୟର ପ୍ରମୁଖ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ଲକ୍ଷ୍ୟ କରାଯାଇଛି । ତେବେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ, ଜିଲ୍ଲାର କାମାକ୍ଷାନଗର ପୌରାଞ୍ଚଳର ଅଧ୍ୟକ୍ଷ ପଦ ପାଇଁ କାମାକ୍ଷାନଗର ମୁନିସିପାଲିଟି ଅଫିସ ଠାରେ ନିର୍ବାଚନି ଅଧିକାରୀ ଯଶକେତନ ନାୟକଙ୍କଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କାମାକ୍ଷାନଗର ଅଧକ୍ଷ ପଦ ପାଇଁ ସୁବୋଧ ବେହେରା ପ୍ରାର୍ଥୀ ପତ୍ର ଦାଖଲ କରି ଶତାଧିକ କର୍ମୀଙ୍କ ସହ କାମାକ୍ଷାନଗର ସହର ପରିକ୍ରମା କରିଥିଲେ । ସ୍ବଚ୍ଛ ଶାସନ ଓ ସେବା ଯୋଗାଇଦେବା ନିମନ୍ତେ ଆମ୍ ଆଦମୀ ପାର୍ଟି ବିନା ଅର୍ଥ ଓ ପ୍ରଲୋଭନରେ ନିର୍ବାଚନରେ ମତଦାତା ସମର୍ଥନ ଯୋଗାଡ଼ କରିବ ବୋଲି ଆବାହକ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.