ଆଠଗଡ଼ ଏଟିଏମ କ୍ୟାସ ଭ୍ୟାନକୁ ଲୁଟ

ଆଠଗଡ, (ନାଗରାଜ ନ୍ୟୁଜ ): ଆଠଗଡ଼ ଷ୍ଟେଟବ୍ୟାଙ୍କରୁ ଏଟିଏମ ଭ୍ୟାନ ଟଙ୍କା ଲୋଡ କରି ଆଠଗଡ ବଜାର ଓ ଆଙ୍କୁଲା ଏଟିଏମ କାଉଣ୍ଟରେ ଟଙ୍କା ଲୋଡ କରି ତିଗିରିଆ ଅଭିମୁଖେ ଯାଉଥିବା ବେଳେ ଖୁଣ୍ଟକଟା ଆଙ୍କୁଲା ଛକ ରାସ୍ତା ମଝିରେ ବନ୍ଧୁକ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଏଟିଏମ ଭ୍ୟାନ ।

ଏକ କାରରେ ମୁଖା ପିନ୍ଧା କିଛି ଦୁର୍ବୁତ୍ତ ଏଟିଏମ ଭ୍ୟାନକୁ ଅଟକାଇ କିଛି ବୁଝିବା ପୂର୍ବରୁ ହଠାତ ସୁରକ୍ଷାକର୍ମୀଙ୍କୁ ଭୁଜାଲିରେ ହାଣି ଗାଡିକୁ ଲୁଟ କରି ଚମ୍ପଟ ମାରିଥିଲେ । କିଛି ବାଟ ଆସିବା ପରେ ଶଙ୍କରପୁର ଢେଙ୍କନାଳ ରାସ୍ତାର ହରିଜନ ସାହି ଛକ ନିକଟରେ ଗାଡି ଛାଡି ଟଙ୍କା ବାକ୍ସ ଧରି ଫେରାର ହୋଇ ଯାଇଥିଲେ । ଖବର ପାଇ ଆଠଗଡ ପୁଲିସ ସମସ୍ତ ରାସ୍ତାକୁ ବ୍ଲକ କରି ସେମାନଙ୍କୁ ଟ୍ରାକ କରି ଶେଷରେ ଢେଙ୍କାନାଳ ସଦର ପୋଲିସ ସହାୟତାରେ ସେମାନଙ୍କୁ ଧରିଥିଲେ ।

Leave a Reply

Your email address will not be published.