କଟକ -ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଘଟଣା ସ୍ଥଳରେ ଉତ୍ତେଜନା

କଟକ, (ନାଗରାଜ ନ୍ୟୁଜ ): ଟ୍ରକ ଧକ୍କାରେ ବାଇକ ଚାଳକର ମୃତ୍ୟୁ । ଘଟଣା ସ୍ଥଳରେ ଉତ୍ତେଜନା । ସୂଚନା ଅନୁଯାୟୀ କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର , ଫୁଲନଖରା ଓଭର ବ୍ରିଜ୍ ପାହାଳ ଥାନା ଅନ୍ତର୍ଗତ ଦୁର୍ଗା ମନ୍ଦିର ସମ୍ମୁଖରେ ଗତକାଲି ରାତି ୯ ଟା ସମୟରେ ଏକ ବାଇକ ଚାଳକକୁ ଟ୍ରକ ପଛରୁ ଧକ୍କା ଦେଇଥିଲ । । ଫଳରେ ବାଇକ ଚାଳକ ରାସ୍ତା ଉପରେ ପଡିଯିବା ଫଳରେ ବାଇକ ଚାଳକର ପେଟ ଉପରେ ଟ୍ରକର ଚକ ମାଡ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ସ୍ଥଳରୁ ପଳାଇ ଯିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ କଟକରୁ ଭୁବନେଶ୍ୱର ଯାଉଥିବା ସମସ୍ତ ଗାଡ଼ି ରାସ୍ତା ଉପରେ ଅଟକି ରହିଥିଲା । ଖବର ପାଇ ପାହାଳ ପୋଲିସ ପିସିଆର ଏବଂ ଜାତୀୟ ରାଜପଥ ଟ୍ରାଫିକ ଥାନା ପିସିଆର ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୋକମାନଙ୍କୁ ବୁଝା ସୁଝା କରି ବାଇକ ଚାଳକର ମୃତ ଶରୀରକୁ ବଡ଼ ମେଡିକାଲକୁ ପଠାଇଥିଲେ ।

Leave a Reply

Your email address will not be published.