ଭୁବନେଶ୍ଵର ୟୁନିଟ ୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଛାତ୍ରମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ଵର, (ନାଗରାଜ ନ୍ୟୁଜ): ଭୁବନେଶ୍ଵର ୮ ନମ୍ବର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ୧୯୮୬ ମସିହାରେ ପାସ ଆଉଟ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗତକାଲି ଅଶୋକ ନଗର ସ୍ଥିତ ସାଇ ସ୍ୱସ୍ତିକ ହୋଟେଲରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଅନେକ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟ ଓ ରାଜ୍ୟ ବାହାରୁ ପୁରାତନ ଛାତ୍ର ଆସି ଯୋଗ ଦେଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ପୁରାତନ ଛାତ୍ର ଅଂଶ ଗ୍ରହଣ କରିପାରିନଥିଲେ । ଛାତ୍ର ସଂସଦର ସଂପାଦକ ଓ ପରିଚାଳକ ପ୍ରଭାତ ଚୌଧୁରୀ ଓ ସନ୍ତୋଷ କୁମାର ବାରିକ ଉପସ୍ଥିତ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.