୨୦୦୦ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ଦେଲା ଆଦିତ୍ୟ ବାହିନୀ

ପୁରୀ,(ନାଗରାଜ ନ୍ୟୁଜ): ପୂଜ୍ୟ ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ପ୍ରତିଷ୍ଠିତ ପୁରୀ ଆଦିତ୍ୟ ବାହିନୀ ତରଫରୁ କରୋନା ପ୍ରଭାବିତ ୨୦୦୦ ପରିବାରଙ୍କୁ ଅଟା, ଗହମ,ବୁଟ, ଚିନି, ଡାଲି, ତେଲ, ମସଲା, ହଳଦି ଗୁଣ୍ଡ ଥିବା ଗୋଟିଏ ଗୋଟିଏ ପ୍ୟାକେଟ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହାୟତା ରେ ପ୍ରଦାନ କରାଯାଇଛି । କରୋନାର ପ୍ରଭାବ କମିଥିଲେ ମଧ୍ୟ ଅନେକ ପରିବାର ରୋଜଗାରକ୍ଷମ ନ ହୋଇପାରି ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଏଭଳି ଦୁର୍ବିସହ ଜୀବନ ବିତାଉଥିବା ପରିବାରଙ୍କୁ ଚିହ୍ନଟ କରିଛନ୍ତି ଆଦିତ୍ୟ ବାହିନୀ ସ୍ୱୟଂ ସେବକମାନେ । ଉପଯୁକ୍ତ ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ପୁରୀ କ୍ଷତ୍ରିୟ ସଚିବ ଦେବାଶିଷ ମିଶ୍ର ଙ୍କ ସଂଯୋଜନା ରେ ପରିଚାଳିତ ଏହି ଖାଦ୍ୟ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ରେ ଆଦିତ୍ୟ ବାହିନୀ ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ର ଶ୍ରୀ ଜୟନ୍ତ ବାରିକ୍ ଯୋଗ ଦେଇ ଲାଭାର୍ଥୀ ମାନଙ୍କୁ ସମ୍ମାନର ସହିତ ଖାଦ୍ୟ ପ୍ୟାକେଟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ ରେ ସହଯୋଗ କରିଥିଲେ ନଗର ଅଧ୍ୟକ୍ଷ ଗଣେଶ ମହାସୁଆର, ନଗର ସଚିବ ତନ୍ମୟ ଚାଟାର୍ଜୀ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଚିନ୍ମୟୀ ଦେଓ, ବିଚିତ୍ରାନନ୍ଦ ମହାନ୍ତି, ସଂଗ୍ରାମ କାନୁନଗୋ, ଜଗଦୀଶ ଆଚାର୍ଯ୍ୟ,ପୀତବାସ ନାୟକ,ସମ୍ପଦ ଆଚାର୍ଯ୍ୟ, ମାଗୁଣି ସାହୁ, ରାକେଶ କୁମାର ସାହୁ, ବିକାଶ, ସୁରେଶ କର, କୁମାର ଭୀମସେନ , ବ୍ରଜବନ୍ଧୁ ମହାରଣା ଓ ଅନ୍ୟ ସଦସ୍ୟ ମାନେ ।

Leave a Reply

Your email address will not be published.