ବିଡାନାସୀ ଖେଳ ପଡିଆଠାରେ ଅନୁଷ୍ଠିତ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସମିତି ଆନୁକୁଲ୍ୟରେ ବିଡାନାସୀ ଖେଳ ପଡିଆ ଠାରେ ଅନୁଷ୍ଠିତ ହେଉଥିବା 17 ବର୍ଷରୁ କମ ବାଳକ ବାଳିକା ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଅପରାହ୍ନ ରେ ଉଦଯାପିତ ହୋଇଯାଇଛି। 11 ତାରିଖରୁ ଉଦଘାଟିତ ହୋଇଥିବା ଏହି ପ୍ରତି ଯୋଗିତାରେ କଟକ ଜିଲ୍ଲା ର 14ଟି ବ୍ଲକ୍ ର ବାଳକ ବାଳିକା ମାନେ ପ୍ରତି ଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି।ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ବାଳିକା ବିଭାଗରେ କଟକ ସଦର ବ୍ଲକ ଚମ୍ପିୟାନ ହୋଇଥିବା ବେଳେ ଆଠଗଡ ବ୍ଲକ ରନର୍ସ ଅପ ଏବଂ ବାଳକ ବିଭାଗ ରେ ଟାଙ୍ଗୀ ବ୍ଲକ କଟକ ସଦର ବ୍ଲକ କୁ ଦୁଇ ଏକ ଗୋଲ ରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ର ସଭାପତିତ୍ବରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ର ସଭାପତି କିଶୋର ମିଶ୍ର ମୁଖ୍ୟ ଅତିଥି,ଓଡ଼ିଶା ଆଥଲେଟିକ ସଂଘର ସଂପାଦକ ଆଶୀର୍ବାଦ ବେହେରା,ମୂଖ୍ୟବକ୍ତା,ବିଡାନାସୀ ଷ୍ଟାଡିଅମ ର ସମ୍ପାଦକ ବିରେନ ବେହେରା,ସମ୍ମାନିତ ଅତିଥି ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ଶୁଭଦର୍ଶିନୀ,ଡକ୍ଟର ସନ୍ତୋଷ କୁମାର ରାଉତ,ସୋନାମିକା ରାଏ, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୌଦାମିନୀ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀରଂଜନ ସାମନ୍ତ ରାୟ,ବିଶିଷ୍ଟ ଫୁଟବଲ୍ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ, ବାଳିକା ବିଭାଗରେ କଟକ ସଦର ବ୍ଲକ ଓ ବାଳକ ବିଭାଗ ରେ ଟାଙ୍ଗୀ ବ୍ଲକ୍ କୁ ଚମ୍ପିୟାନ ଟ୍ରଫି ଏବଂ ଆଠଗଡ ଓ କଟକ ସଦର ବ୍ଲକ କୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ ।

ଶେଷରେ ସରକାରଙ୍କ ତରଫରୁ ମିଳିଥିବା ଫୁଟବଲ୍ ପ୍ରତିଯୋଗୀ ମାନଙ୍କୁ ଓ କଟକ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟକୁ ବଣ୍ଟନ କରା ଯାଇଥିଲା। ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ନନ୍ଦ, ପ୍ରଧାନ ଶିକ୍ଷକ ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ଅଶୋକ କୁମାର ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ଡ ଅନୁସ୍ମିତା ସ୍ୱାଇଁ, ଅଭିଜିତା ଭାସ୍କର, ସବିତା ମିଶ୍ର,ନିରୁପମା ମଲ୍ଲିକ,କ୍ରୀଡା ଶିକ୍ଷକ ବିଶ୍ୱବିହାରୀ ଜେନା, ଜୟଧର୍ମ ସେନାପତି, ପାର୍ଥସାରଥୀ ମଲ୍ଲିକ,ବିଶ୍ୱଜିତ ପଟ୍ଟନାୟକ, ଭାନୁପ୍ରତାପ ରଣା, ମୋଜେସ ବେହେରା, ଅଜୟ କୁମାର ପ୍ରଧାନ, ଚନ୍ଦ୍ରଭାନୁ ନାୟକ, ଶେଖ ସାଲାଉଦ୍ଦିନ, ସୌଭାଗ୍ୟ କୁମାର ପଟ୍ଟନାୟକ, ଦିଲ୍ଲୀପ ବେହେରା,ସରୋଜ ମହାପାତ୍ର, ଶିକ୍ଷକ ପରେଶ କୁ ମଲ୍ଲ,ଅସୀମା ମହାପାତ୍ର, ମମତା ସାହୁ, ସରୋଜିନୀ ଦଳାଇ, ପ୍ରଣତି ମହାନ୍ତି, ତୃପ୍ତି ମଣ୍ଡଳ, ରାଜଲକ୍ଷ୍ମୀ ଜେନା ପ୍ରମୁଖ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ଏହି ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ କୁ ସଫଳତା ପ୍ରଦାନ କରିଥିଲେ।c ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଯୋଗ ଓ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା।

 

Leave a Reply

Your email address will not be published.