ବିଦ୍ୟାଳୟରେ ପକାଇଲେ ତାଲା, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ

ଖଇରା,(ନାଗରାଜ ନ୍ୟୁଜ): ବିଦ୍ୟାଳୟରେ ଲଡିଲା ତାଲା । ପ୍ରଧାନ ଶିକ୍ଷୟିତ୍ରୀ ବିରୋଧରେ ଆସିଲା ଅଭିଯୋଗ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ତୋରାଣିପଦା ଗ୍ରାମରେ,ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବୁଝିବା ବୁଝିବା କହି କାଳବିଳମ୍ବ କରୁଥିଲେ । ଯାହା ଫଳରେ ଗ୍ରାମବାସୀ ଓ ଅଭିଭାବକଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ଗେଟରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ମଲିକ ଙ୍କ ମନମୁଖି କାରବାର, ମଧ୍ୟାହ୍ନ ଭୋଜନରେ ହେରଫେର, ପିଲାଙ୍କୁ ଅଣ୍ଡା ପ୍ରଦାନ ନକରିବା, ଚାଉଳ, ଡାଲି ଘରକୁ ନେଇଯିବା, ପିଲା, ଅଭିଭାବକ, ପରିଚାଳନା କମିଟି, ସରପଞ୍ଚ ଙ୍କୁ ଦୁର୍ବ୍ଯବହାର କରିବା ଭଳି ବିଭିନ୍ନ ଅଭିଯୋଗକୁ ଆଧାର କରି ବିଦ୍ୟାଳୟରେ ତାଲା ପକାଇ ଥିଲେ । ପିଲାମାନେ ବାହାରେ ଥିବା ମଣ୍ଡପରେ ପଢୁଥିଲେ । ଖବରପାଇ ଗଣମାଧ୍ୟମ ସେଠାରେ ପହଞ୍ଚି ଖବର ସଂଗ୍ରହ କରିଥିଲେ । ସମସ୍ତଙ୍କର ଦାବି ଥିଲା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହଟାଇବା । ବିଇଓ ଅଫିସ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଛୁଟି ଦରଖାସ୍ତ ଦେଇ ଘରକୁ ପଳାଇଯିବା ପାଇଁ କହିଲେ । ଜିଲ୍ଲାପାଳ ମିଟିଂରେ ବିଇଓ ଥିବାରୁ ଆସନ୍ତାକାଲି ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରିବର୍ତ୍ତେ ଅନ୍ୟ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପୁନର୍ବାର ସ୍କୁଲ ଚାଲୁ ହୋଇଥିଲା । ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ଅନ୍ୟ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଭୁଜବଳଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି ଘଟଣା ସ୍ଥଳକୁ ଯାଇଥିବା ବିଇଓ ଅଫିସ୍ କର୍ମଚାରୀ ମାନେ ।

ବାଲେଶ୍ୱର ଜିଲ୍ଲା ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.