ପୁଣି ନକଲି ସାମଗ୍ରୀ କାରଖାନା ଠାବ

କଟକ, (ନାଗରାଜ ନ୍ୟୁଜ ): ପୁଣି ନକଲି ସାମଗ୍ରୀ କାରଖାନା ଠାବ । କଟକ ଜଗତପୁରଠାରେ ଏକ ନକଲି ମସଲା କାରଖାନା ଠାବ କରିଛି ପୋଲିସ । ଜଗତପୁର ଥାନା ପୋଲିସ ଚଢ଼ାଉ କରି ଲକ୍ଷାଧିକ ନକଲି ତଥା ଅପମିଶ୍ରିତ ମସଲା ଜବତ କରିଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଚାଲିଥିଲା ଏହି କାରଖାନା । ଅପମିଶ୍ରିତ ମସଲା ପ୍ରସ୍ତୁତ କରି କମ ଦାମରେ ବିକ୍ରି କରାଯାଉଥିଲା । ଏପରିକି କେହିବି ସନ୍ଦେହ କରିପାରୁ ନଥିଲେ ଏହି ସାମଗ୍ରୀ ଅସଲି କି ନକଲି । କେବଳ କଟକ ସହର ନୁହେଁ ବରଂ ଅନେକ ଜିଲ୍ଲାକୁ ମଧ୍ୟ ଏହି ନକଲି ସାମଗ୍ରୀ ବିକ୍ରୟ କରାଯାଉଥିଲା । ଖବର ପାଇ ପୋଲିସ ଚଢ଼ାଉ କରିବା ସହ ପ୍ରସ୍ତୁତ ପାଇଁ ବ୍ୟବହୃତ ଅନେକ ମେସିନ ମଧ୍ୟ ଜବତ କରିଛି । ସେପଟେ ଏହି ନକଲି କାରଖାନା ଚଳାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । କେବେ ଠାରୁ ଏହି ଅପମିଶ୍ରିତ ସାମଗ୍ରୀ ବିକ୍ରୟ ହେଉଥିଲା । ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published.