ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଛାତ୍ରୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ନିକଟସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଣ୍ୟ ଅତିଥି ଭାବେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଓ ନରେନ୍ଦ୍ର ପ୍ରସାଦ ବେହେରା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମେ ପିଲାମାନେ ବରଣ୍ୟ ଅତିଥିଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ୨୦୨୦ – ୨୦୨୧ ମସିହା ଶିକ୍ଷା ବର୍ଷ ନିମନ୍ତେ ବ୍ଲକ ସ୍ତରୀୟ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ତୃତୀୟ ଶ୍ରେଣୀ ଛାତ୍ରୀ ପାୟଲ ପ୍ରିୟାସୀ ମଲ୍ଲିକ ଓ ଗାୟତ୍ରୀ ମଥାନ କୃତିତ୍ୱର ସହିତ ବୃତ୍ତି ହାସଲ କରି ଖଇରା ବ୍ଲକର ସୁନାମ ବୃଦ୍ଧି କରିଛନ୍ତି । ସେହି ପରିପ୍ରେକ୍ଷୀରେ ମଞ୍ଚାସୀନ ବରଣ୍ୟ ଅତିଥି ଦ୍ୱୟ ଛାତ୍ରୀ ୨ ଜଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଡମ୍ବରୁଧର ବାରିକ, ସମ୍ପାଦିକା ସରସ୍ୱତୀ ସାହୁ, ସହ ଶିକ୍ଷୟିତ୍ରୀ ବାସନ୍ତୀ ଲତା ଜେନା, ରୀତାରାଣୀ ନାଥ, ପ୍ରିୟଙ୍କା ବିଶ୍ୱାଳ, ଲତିକା ପ୍ରଧାନ, ଅଭିଭାବକ, ଅଭିଭାବିକା, ସମସ୍ତ ଗୁରୁଜୀ ଗୁରୁମା ଉକ୍ତ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ସହ ଶିକ୍ଷୟିତ୍ରୀ ରୀତାରାଣୀ ନାଥଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published.