ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ରୁ ଅଧିକ ଲୋକେ ମୃତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବିଦୁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାରିପଦାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ନାମକ ଏକ ଘରୋଇ ବସ ବିଦୁ ଛକ ନିକଟରେ ଛିଡ଼ା ହୋଇଥିଲା । ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ବସଟି ରାସ୍ତା ତଳକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ୫ଜଣରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଶାନ୍ତିଲତା ନାମକ ଏକ ଘରୋଇ ବସ୍‌ ବାରିପଦାରୁ ଭୁବନେଶ୍ୱର ଯାଉଥିଲା ।

Leave a Reply

Your email address will not be published.