ଭୋଟ୍ ବୁଥ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ଖଇରା, (ନାଗରାଜ ନ୍ୟୁଜ): ଆଗକୁ ଆସୁଛି ତ୍ରିସ୍ତରୀୟ ନିର୍ବାଚନ । ପ୍ରତ୍ୟେକ ଭୋଟରଙ୍କ ମନରେ ଖୁସି ଥିବାବେଳେ ରାଇପୁର ଗାଁରେ ସମ୍ପୂର୍ଣ୍ଣ ଅଲଗା । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନ ଧୂଳି ପଞ୍ଚାୟତ ରାଇପୁର ଗ୍ରାମର ୧୨ ନମ୍ବର ୱାର୍ଡର ଲୋକମାନେ ନିଜ ଗାଁ ବୁଥରେ ଆଜକୁ ୪୦ ବର୍ଷ ହେବ ଭୋଟ ଦେଇ ଆସୁଥିଲେ । କିନ୍ତୁ ଏଇ ବୁଥ ଜନିହାପଦା ଗ୍ରାମକୁ ଉଠି ଯାଇଛି । ଏହି ଗ୍ରାମରେ ପ୍ରାୟ ଏକ ହଜାରରୁ ଅଧିକ ଲୋକେ ବାସ କରୁଛନ୍ତି । ରାଇପୁର ଗ୍ରାମର ଲୋକେ ଜନିହାପଦା ଗ୍ରାମକୁ ଭୋଟ ଦେବାକୁ ଯିବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published.