ଅଜଣା ରୋଗରେ ପୀଡ଼ିତ ଯୁବତୀ ବାଗ, ସହାୟତା ନିମନ୍ତେ ଦାବି କଲେ ଗ୍ରାମବାସୀ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲ ପଞ୍ଚାୟତ କର୍ଲାକୁଟୁନା ଗ୍ରାମର ଯୁବତୀ ବାଗ ଓ ତାଙ୍କ ସ୍ୱାମୀ ବଳରାମ ବାଗଙ୍କ ଦୁଃଖ କଥା କହିଲେ ନସରେ । ଯୁବତୀ ବାଗଙ୍କୁ ୪୪ ବର୍ଷ । ସେ ଚାରି ବର୍ଷ ହେଲାଣି ଅଜଣା ରୋଗରେ ପୀଡିତ ଅଛନ୍ତି । ଚାଲି ବୁଲି ପାରୁନାହାନ୍ତି । ବାର୍ଦ୍ଧକ୍ୟ ଭତ୍ତା କି କାଳିଆ ଯୋଜନା ଏପର୍ଯ୍ୟନ୍ତ ମିଳିନାହିଁ । ତାଙ୍କର ରହିବା ପାଇଁ ଘର ଟିଏ ନାହିଁ । ଚାପ ଛପର ଘର । ବର୍ଷା ହେଲେ ପାଣି ପଶିଯାଏ । ଉକ୍ତ ପରିବାରକୁ ସହାୟତା ନିମନ୍ତେ ସରକାରଙ୍କ ପାଖରେ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published.