ବୟସ ଛୋଟ କିନ୍ତୁ ଦେଶ ସେବାପାଇଁ ରହିଛି ଅନେକ ସ୍ବପ୍ନ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ବୟସ ଛୋଟ କିନ୍ତୁ ଦେଶ ସେବାପାଇଁ ରହିଛି ଅନେକ ସ୍ବପ୍ନ । ମୁଁ ବି ଦିନେ ବଡ଼ ହୋଇ ଦେଶସେବା କରିବି । ମୋ ଦେଶ କୁ ମୁଁ ସୁରକ୍ଷା କରିବି, ଏମିତି ଅନେକ ସ୍ବପ୍ନ ନେଇ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ତାହା ପୁଣି ଛୋଟ ବୟସରୁ । ଆମେ କହୁଛୁ ପାଟଣାଗଡ଼ ମେହେର ପଡା ରେ ରହୁଥୁବା ଯୁଧିଷ୍ଠିର ଦାସଙ୍କ ପୁଅଙ୍କ କଥା । ଯେ ଯବାନ ହେବାକୁ ରଖିଛନ୍ତି ଅନେକ ଆଶା, ଛାତ ଉପରେ ଛିଡା ହୋଇ ବ୍ୟାୟାମ କରୁଛନ୍ତି । ହାତକୁ ହାତ ହଲେଇ ଅଭିନୟ କରନ୍ତି । ସେ ଜାତୀୟ ସଂଗୀତ ୫୨ ସେକେଣ୍ଡରେ ଗାଇ ସମାପ୍ତି କରିପାରୁଛନ୍ତି । ସୂଚନା ଅନୁଯାୟୀ ଭଇଁଷା ଗ୍ରାମର ପାଟଣାଗଡ଼ ମେହେର ପଡାରେ ରହୁଛନ୍ତି । ଯୁଧିଷ୍ଠିର ଦାସ ତାଙ୍କ ଧର୍ମପତ୍ନୀ ଶିକ୍ଷୟତ୍ରୀ ସବିତା ଦାସ । ପାଟଣାଗଡ଼ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ପ୍ରତିଷ୍ଠାତା ଯୁଧିଷ୍ଠିର ଦାସ ଅଟନ୍ତି । ତାଙ୍କର ଚାରି ବର୍ଷ ଦୁଇ ମାସର ପୁଅ ଶ୍ରୀଂଅଶ ଦାସ ସ୍କୁଲ ଯାଇନି । ଶ୍ରୀଂଅଶଙ୍କ ଦେଶ ସେବା କରିବା ପାଇଁ ମନରେ ପ୍ରବଳ ଆଗ୍ରହ ଉତ୍କଣ୍ଠା ରହିଛି । ଶ୍ରୀଂଅଶ ଗୁଣୁଗୁଣୁ ଗୀତ ଗାଉଥିବା ଓ ଅଙ୍ଗୀଭଙ୍ଗୀ କରୁଥିବାର ଦେଖି ବାପା ମା ସେଦିନରୁ ଶ୍ରୀଅଂଶୁଙ୍କୁ ଗୀତ ଗାଇବାକୁ ପ୍ରସ୍ତୁତ କରିଥିଲେ । ଶ୍ରୀଅଂଶ ଜାତୀୟ ସଂଗୀତ ୫୨ ସେକେଣ୍ଡରେ ଗାଇ ସମାପ୍ତ କରି ପାରୁଥିବା ଦେଖିବାକୁ ମିଳିଛି । ବାପା ମାଆ ଆଶା ବାନ୍ଧିଛନ୍ତି ଶ୍ରୀ ଅଂଶ ବଡ ହୋଇ ଦେଶ ସେବା କରିବ ।

 

Leave a Reply

Your email address will not be published.