ଓଡ଼ିଶା ଜିବିକା ମିଶନରେ MBK ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବେଗା ଓ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତର MBK ନିଯୁକ୍ତିରେ ଅନିୟମିତତା କୁ ନେଇ ସୁଚନା ମାଗିଥିଲେ ସୂଚନା ଅଧିକାର କର୍ମୀ ଅଜୟ ପତି। ବିଳମ୍ବ ରେ ସୂଚନା ମିଳିଥିଲେ ମଧ୍ଯ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନଥିବା କହିଛନ୍ତି। ଅନ୍ୟପକ୍ଷରେ ବ୍ଲକର ୨୯ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ୯ ଗୋଟି ପଞ୍ଚାୟତରେ MBK ନିଯୁକ୍ତି ସରିଥିବା ବେଳେ ୨୦ଟି ପଞ୍ଚାୟତ ରେ ଖୁବ ଶିଘ୍ର ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ । ଵେଗା ଗ୍ରାମ ପଞ୍ଚାୟତ ରେ ଚାରିଜଣ ପ୍ରାର୍ଥୀ ଉକ୍ତ ପଦବୀ ପାଇଁ ଆବେଦନ କରିଥିଲେ ମଧ୍ୟ ଚୟନ କମିଟି କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନ କାରୀ ଅମିତା ପାଢି । ପ୍ରାର୍ଥୀ ଚୟନ ରେ ଅନିୟମିତତା ନେଇ ସିଧାସଳଖ ପ୍ରଶ୍ନ କରିଛନ୍ତି ଅମିତା । ମାତ୍ର ସବୁକିଛି ଠିକଠାକ ଚାଲିଥିବା କହିଛନ୍ତି BPM ଵିରକିଶୋର ପଣ୍ଡା। ବରଂ ଏହିପରି ଅଭିଯୋଗ ପାଇଁ ନିଯୁକ୍ତି ରେ ବିଳମ୍ବ ହେଉଥିବା କହିଛନ୍ତି । ଉଭୟଙ୍କ ମଧ୍ୟରେ ସାମାନ୍ୟ ବାଚଷା ହୋଇଥିଲା, ଯାହାକୁନେଇ ମାମଲା ଥାନରେ ପହଞ୍ଚିଥିଲା, ପରେ ଥାନାରୁ ଅଧିକାରୀ ମାନେ ଆସି ବୁଝାସୁଜା କରିଥିଲେ l ଉକ୍ତ ଅଭିଯୋଗ ସତ୍ୱେ ପଞ୍ଚାୟତ ଗୁଡିକରେ କେବେ MBK ନିଯୁକ୍ତି ହେଉଛନ୍ତି ଦେଖିବାକୁ ବାକି ରହିଲା  l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.