ଗଙ୍ଗାଜଳ ସ୍କାନ ଷ୍ଟିଲ କାରଖାନା ସମ୍ମୁଖରେ ଟ୍ରାକ୍ଟର ଡମ୍ପର ଧକ୍କାରେ ଜଣେ ମୃତ ଏବଂ ଜଣେ ଗୁରୁତର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା ଗଙ୍ଗାଜଳ ସ୍କାନ ଷ୍ଟିଲ କାରଖାନା ସମ୍ମୁଖରେ ‌ଏକ ଟ୍ରାକ୍ଟର ଏବଂ ବାରଚକିଆ ଡମ୍ପର ମୁହାଁ ମୁହିଁ ‌‌ ଧକ୍କା ହେବାରୁ ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ର ମୃତ୍ୟୁ ହୋଇଥିବା ବେଳେ ହେଲପର ପୁରୁଷୋତ୍ତମ ମାଝୀ ଗୁରୁତର ଆହତ ହୋଇ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତ ଟ୍ରାକ୍ଟର ଡ୍ରାଇଭର ଜଣଙ୍କ ନାମହେଉଛି ନବି କିଶାନ୍। ଖବର ନେବାରୁ ଜଣାଯାଇଛି ଯେ, ଆଜି ବଡ଼ଗାଁ ପଟରୁ ଏକ ଟ୍ରାକ୍ଟର କୁତ୍ରା ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ୧୨ଚକିଆ ଯାନ ସହିତ ଗଙ୍ଗାଜଳ ସ୍କାନ ଷ୍ଟିଲ କାରଖାନା ସମ୍ମୁଖରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଟ୍ରାକ୍ଟର ଡ୍ରାଇଭର ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା  । ଏବଂ ହେଲପର‌ ଗୁରୁତର ଆହତ ହୋଇଥିଲେ । ଖବର ପାଇ କୁତ୍ରା ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ହେଲପରକୁ ସାଙ୍ଗେ ସାଙ୍ଗେ ସୁନ୍ଦରଗଡ଼ ଡାକ୍ତରଖାନାରେ କୁ‌ପଠାଇବାସହିତ ମୃତ ଡ୍ରାଇଭର ଙ୍କ ଶବଜବଦ କରି ରାଜଗାଙ୍ଗପୁର ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.