ରାଜ୍ୟପାଳଙ୍କ ରାଜଗାଙ୍ଗପୁର ଗସ୍ତ, ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଷିଲାଲ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଗସ୍ତ କରିଛନ୍ତି। ରାଜ୍ୟପାଳ ଭୂବନେଶ୍ବରରୁ ପୁରୀ ହାଟିଆତପସ୍ବନୀ ଏକ୍ସପ୍ରେସ ଟ୍ରେନ ରେ ସକାଳ ଆଠଟାରେ ରାଜଗାଙ୍ଗପୁର ଷ୍ଟେସନ ରେ ପହଂଚିବା ପରେ , ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖଲପବନକଲ୍ୟାଣଏବଂ ସୁନ୍ଦରଗଡ଼ ଏସପି ସାଗରିକାନାଥ ତଥା ‌ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ କଡାସୁରକ୍ଷା ବଳୟମଧରେ ତାଙ୍କୁ ଡାଲମିଆ ସିମେଣ୍ଟର ଭାରତର ଗେଷ୍ଟହାଉ କୁ ପାଛୋଟି ନେଇଥିଲେ। ପରେ ରାଜ୍ୟପାଳ ସେଠାରୁ ଡାଲମିଆ ଅଡୋଟରିୟମ ହଳଠାରେ ଆଇଟିଆଇ ର ରଜତ ଜୟନ୍ତୀ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଲାଚଳଫାଉଣ୍ଡେସନ ତରଫରୁ ବୈଜ୍ଞାନିକ ନିଲାଚଳସାହୁ ଙ୍କ ପ୍ରଥମ ପୂନ୍ୟତିଥି କାର୍ଯ୍ୟ କ୍ରମରେ ମଧ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ତାଙ୍କ ସହିତ ଗଙ୍ଗାଧର ବିଶ୍ଵବିଦ୍ୟାଳୟ ର କୂଳପତି ପ୍ରଫେସର ଏନ୍ ନାଗ ରାଜୁ ଏବଂ ଡାଲମିଆ ସମେଣ୍ଟ ଭାରତର ମହାପ୍ରବନ୍ଧକ ଶ୍ରୀ ଗଣେଶ ଜିରକୁଲଣ୍ଟଓଲ‌ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ମୁଖ୍ୟ ଅତିଥି ଙ୍କୁ ସ୍ବାଗତ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମ୍ମାନିୟ ଅତିଥି ଙ୍କୂ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବୈଜ୍ଞାନିକ ସ୍ବର୍ଗତ ନିଲାଚଳସାହୁ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଡିଆରଡିଏ ର ନିର୍ଦେଶକ ଥିବା ସମୟରେ ତଖେ ସହିତ ମିଶି ଆକାଶ, ପୃଥୀ, ତ୍ରୀଶୁଲ ଏବଂ ନାଗ ମିଶାଇଲର ରେଡିୟମ ବିକାଶ ପ୍ରୋଜେକ୍ଟରେ କାର୍ଯ୍ୟ କରିଥିଲେ। ଆହୁରି ମଧ୍ୟ ସେ ରିଫେକ୍ଟ୍ରି ସମ୍ବନ୍ଧ ରେ ୪୫ଟି ଉପାଦାନ ସୃଷ୍ଟି କରିଥୁଲେ। ସେଥିମଧ୍ୟରୁ୨୭ଟି ଉପାଦାନ କୁ ମଞ୍ଜୁରୀ ମିଳୀଥିଲା। ସ୍ବର୍ଗତ ନିଲାଚଳସାହୁ୨୦୧୧ ସେ ମାସ ୧୧ତାରିଖ ଦିନ ଇହଲିଳା ସମ୍ବରଣ କରିଥିଲେ। ତାଙ୍କର ଏହି ପୂନ୍ୟତିଥଗରେ ତାଙ୍କ ଜୀବନୀ କୁ ନେଇ ଏକ ମାଗାଜିନ୍ କୁ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗିରୀଶିଲାଳ ତାଙ୍କ କରକମଳରେ ଉନ୍ମୋଚନ କରିଥିଲେ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.