ଆମ୍ବବାହାଳି ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟନ ପରଠାରୁ ଝୁଲୁଛି ତାଲା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆମ୍ବବାହାଳି ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ଲୋକଙ୍କ ଉଦଧ୍ୟମରେ ଗଢି ଉଠିଥଲା । ଲୋକମାନେ ଚାନ୍ଦା ଦେବା ସହ ଗୋଷ୍ଠୀ `ସମ୍ପଦରୁ ଆୟ ହୋଇଥିବା ଅର୍ଥଚର ଲୋକେ ସ୍ବାସ୍ଯୁକେନ୍ଦ ପାଇଁ ଗୃହ ନିର୍ମାଣ କରିଥିଲେ । ଆବଶ୍ଯକ ଯନ୍ତପାଡି କ୍ରୟ କରିଥଲେ । ବିଧାୟକଙ୍କ ଦ୍ୱାରା ।ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟନ ହୋଇଥିଲ । ହେଲେ ଉଦ୍‌ଘାଟନ ହେବା ପରଠାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଲା ଝୁଳୁଥିବାରୁ ଉଦ୍ଯୋକଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅନ୍ତର୍ଭତ ବାଇଁଶିଆ ଗ୍ରାମପଞ୍ଚାୟତର ଆମ୍ମବାହାଳି ଠାରେ ଲୋକଙ୍କ ଉଦ୍ୟମରେ ୧୯90ମସିହାରେ ସ୍ବାସ୍ଥ୍ୟକେନ୍ଦ ପ୍ରତିଷ୍ଠାତା ପାଇଁ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲୋକେ ଚାନ୍ଦାଭେଦା ଦେବା ସହ ଅଞ୍ଚଳର ଥିବା ବିଭିନ୍ନ ଗୋଷ୍ଠା ସଂପଦରୁ ଆୟ ହୋଇଥିବା.ଅର୍ଥ ଡାକ୍ତରଖାନା ପାଇଁ ଗୂହ ନିର୍ମାଣରେ ଖର୍ଚ ଳରାଯାଇଥଲ। | ଡାକ୍ତରଖାନାରେ ୪ ହଜାର ବର୍ଗଫୁଟର ଗୃହ ନିର୍ମାଣ ସହ ଆଉଟଡୋର,ଓଷଧ ଭଣ୍ଡାର, ୱାର୍ଡ଼ ଆଦି ନିର୍ମାଣ କରାଯାଇଥିଲ। । ଏଥିପାଇଁଁ ଆବଶ୍ଯକ ଯନ୍ତ୍ରପାତି ମଧ୍ଯ ଲୋକେ କ୍ରୟ କରିଥିଲେ । ଏହି ସ୍ବାସ୍ଥ୍ୟସେକେନ୍ଦ ଉପରେ ବାଇଁଶିଆ ଗ୍ରାମପଞ୍ଚାୟତ ର ବାଇଁଶିଆ ବଲ୍ଲଭ, କାଠପlଳ, କଙ୍କା, ଖଙ୍କିରା ଆମ୍ବବାହାଳୀ ସମେତ ପଡୋଶୀ ରାଇତଳାଗ୍ରାମପଞ୍ଚାୟତର ବାଲିଯୋରନ୍ଦା, ଚୁଡାଖଆ, , .ବଜୁରିଆ ଆଦି ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ ବୋଲି ଲୋକ ଆଶା ରଖୁଥିଲେ ¦ ୨୦୦୫-୦୬ ଆର୍ଥିକ ବର୍ଷରେ ପୂର୍ବତନ ବିଧlୟକ ସରୋଜ କୁମାର ସାମଲ ଡ଼ାକ୍ତରଖାନାକୁ. ଉଦଘାଟନ କରିଥିଲେ। ଏହାକୁ ସରକାରୀ ଡାକ୍ତରଖାନାର ମାନ୍ୟତା ପାଇଁ ଜିଲ୍ଲାଯୋଜନା କମିଟିରୁ ପ୍ରସ୍ତାବ ଗୃହୀତ ହୋଇ ସ୍ବାସ୍କ୍ୟ ବିଭାଗକୁ ଯାଇଥିଲା | ମାତ୍ର ଢାକ୍ତରଖାନା ପାଇଁ ସରକାରୀ ମଞ୍ଜୁରୀ ମିଳିପାରିଲା ନାହିଁ ।

ଲୋକଙ୍କ ଭଦ୍ୟମରେ ପ୍ରଥମେ ଡାକ୍ତର ନିଯୁକି କରାଯାଇଥିଲେ ମଧ୍ୟ ଲୋକେ ବେଶୀ ଦିନ ଚଳାଇ ପାରିଲେ ନାହିଁ । ଫଳରେ ଏବେ ଡାକ୍ତରଖାନାରେ ତାଲା ଝୁଲୁଛି । ରକ୍ଷଣାବେକ୍ଷଣ ଅଭାବରୁ ଗୃହଗୁଡିକ ନଷ୍ଟ ହେବାକୁ ବସିଛି । ଡାକ୍ତରଖାନା ବାରଣ୍ଡା ଓ ସାମ୍ନା ଅଗଣାରେ ବିଭିନ୍ନ ଆବର୍ଜନା ଗଦା ହୋଇଗଲାଣି .। ଏ ସମ୍ପର୍କରେ ବାଇଁଶିଆ ଅଭିରାମ ପଣ୍ଡା କହନ୍ତି । ଆଞ୍ଚଳିକ ନେତୃସ୍ତ୍ରାନୀୟ ବ୍ୟକ୍ତିଙ୍କ ଉଦ୍ୟମରେ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା | ମାତ୍ର ଡାକ୍ତରଖାନାର ମଞ୍ଜୁରୀ ପାଇଁ ଜିଲା ଯୋଜନା କମିଟି ସୁପାରିଶ ଦୀର୍ଘବର୍ଷ ଧରି . ରାଜ୍ୟ ସରକାରଙ୍କ ନିକଟରେ ଅଟକି ରହିଥିବାରୁ ଏହାର ଅଗ୍ରଗତି ହୋଇପାରୁନଥିବା କହିଛନ୍ତି। ପ୍ରଥମେ ଡାକ୍ତରଖାନା ପ୍ରତିଷ୍ଠା କଲାବେଳେ ଲୋକଙ୍କ ମଧ୍ଯରେ ଯେଉଁ ଉତ୍ସାହ, ଉଦ୍ଦୀପନା .ରହିଥିଲା ‘ତାହା ଧୀରେ ଧୀରେ ମଉଳି ଯାଇଛି । ଲୋକେ ଆଗଭଳି ଉଦ୍ୟମ କରୁଥିବା ଦେଖାଯାଉ ନାହିଁ । ଯେଉଁମାନେ ଏହା . ପ୍ରତିଷ୍ଠା କରିବାର ପରିକଳ୍ପନା କରିଥିଲେ ସେମାନଙ୍କ ମଧ୍ଯରୁ କେତେକ ଇହଧାମ ତ୍ୟାଗ କରିଥୁବାବେଳେ ଆଉ: କିଛି ବୃଦ୍ଧ ଅବସ୍ତlକୁ ଆସିଯାଇଛନ୍ତି । ମାତ୍ର ନୂତନ ପୀଢିର ନେନୃତ୍ଵ୍‌ ନେଉଥିବା ବ୍ୟକ୍ତିବିଶେଷଙ୍କ ଇଚ୍ଛାଶକ୍ତିର ଅଭାବ ` ଯୋଗୁଁ ଅଞ୍ଚଳବାସୀଙ୍କ. ସ୍ଵପ୍ନ ଅଧୁରା ରହିଛି ବୋଲି `ଏବେ ସ୍ତ lନୀୟ ଅଞ୍ଚଳରେ ଆଲୋଚିତ ହେଉଛି ଏହି ଡାକ୍ତରଖାନା. ଏକ ପୂର୍ଣ୍ଣାଙ୍ଗ ଡାକ୍ତରଖାନାର ମାନ୍ୟତା ପାଇଲେ ଅଞ୍ଚଳର ୨ ୦ ହଜାରରୁ ଉର୍ଦ୍ବ୍‌ ଜନସାଧୀରଣ ଉପକୃତ ହୋଇପାରିବେ ବୋଲି “ସାଧାରଣରେ ମତପ୍ରକାଶ ପାଇଛି।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.