ଚଳିତବର୍ଷ କାଳୀପୂଜା ଏବଂ ଭସାଣି ପର୍ବ ପାଇଁ 49 ପ୍ଲାଟୁନ ପୋଲିସ

କଟକ,(ନାଗରାଜ ନ୍ୟୁଜ): ଚଳିତବର୍ଷ କାଳୀପୂଜା ଦୀପାବଳି ଏବଂ ଭସାଣି ପର୍ବ ପାଇଁ 49 ପ୍ଲାଟୁନ ପୋଲିସ ଜଗିବେ l ଏହା ବ୍ୟତୀତ 7 ଜଣ ଏଡି. ସି. ପି. 37ଜଣ ଏସ. ସି. ପି. 55ଜଣ ଇନିସପେକ୍ଟର 282ଜଣ ଏସ. ଆଇ. ଏବଂ ଏସ. ଆଇ. 82 ଜଣ ହାବିଲଦାର 312ହୋମେ ଗାର୍ଡ ଙ୍କୁ ନିୟୋଜିତ କରାଯାଇଛି ବୋଲି କଟକ ଡିସିପି ଶ୍ରୀ ପିନାକୀ ମିଶ୍ର ସୂଚନା ଦେଇଛନ୍ତି l କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ କମିଶନର ପୋଲିସ ପକ୍ଷରୁ ଅଫିସର ଏବଂ ପୋଲିସ କର୍ମଚାରୀ ଙ୍କୁ ନେଇ କାଳୀ, ଦୀପାବଳି ଓ ଭସାଣି ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ଡିସିପି ଶ୍ରୀ ମିଶ୍ର ଯୋଗଦେଇ ପୋଲିସ କର୍ମଚାରୀ ମାନଙ୍କୁ କହିଲେ ଅଫିସର ଏବଂ କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ସେମାନଙ୍କର କର୍ମ ସ୍ଥାନରେ ପହଞ୍ଚିବେ ପୂଜା ସମୟରେ ଟ୍ରାଫିକ ବ୍ୟବସ୍ଥା ରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥି ପ୍ରତି ସତର୍କ ରହିବ ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ l କାଳୀପୂଜା, ଦୀପାବଳି ଏବଂ ଭସାଣି ଉତ୍ସବ ସମ୍ପର୍କରେ ଗଣମାଧ୍ୟମ କୁ ସୂଚନା ଦେଇ ଶ୍ରୀ ମିଶ୍ର କହିଲେ ରାତି 8ଟା ଠାରୁ ରାତି 10ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି l ଖୋଲା ପଡିଆରେ ଏହି 2 ଘଣ୍ଟା ସର୍ବ ସାଧାରଣ ବାଣ ଫୁଟାଇ ପାରିବେ l

କୌଣସି ଜନ ଗହଳି, ରାସ୍ତା, ସର୍ବସାଧାରଣ ଅଂଚଳ ବାଣ ଫୁଟାଇବାକୁ ନିଷିଦ୍ଧ କରାଯାଇଛି l ଏହାକୁ ଉଲଂଘନ କଲେ ସେମାନେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଜନ ସାଧାରଣ ନିର୍ଦ୍ଧାରିତ ଶବ୍ଦ ର ବାଣ ଖୋଲା ସ୍ଥାନରେ ଫୁଟାଇବା ପାଇଁ ଡିସିପି ଶ୍ରୀ ପିନାକୀ ମିଶ୍ର ଅନୁରୋଧ କରିଛନ୍ତି l ଚଳିତ ବର୍ଷ ର କଟକ ସହର ରେ 69 ଟି ମଣ୍ଡପ ରେ ମା କାଳୀ ଙ୍କର ପୂଜା ଅର୍ଚନା କରାଯାଉଛି l ଏଥି ମଧ୍ୟରୁ 25ଟି ମଣ୍ଡପରେ ମା ଙ୍କର ସ୍ବର୍ଣ୍ଣ ଅଳଙ୍କାର ଓ ଚାନ୍ଦି ମେଢ଼ ଖଞ୍ଜା ଯାଇଛି l ଚାନ୍ଦି ଏବଂ ସୁନା ଅଳଙ୍କାର ଭୁସିତ ମଣ୍ଡପ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ l 23ଟି ମୋବାଇଲ ପେଟ୍ରୋଲିୟମ ବ୍ୟବସ୍ଥା ଗ୍ରହଣ କରାଯାଇଛି l ମସଜିତ ଏବଂ ଚାର୍ଚ୍ଚ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ନିଶା ସେବନ କରି ମାନଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯାଇଛି ଏବଂ 2ଟି କଂଟ୍ରୋଲ ରୁମ ଖୋଲାଯାଇଛି l ଆଜି ର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଡିସିପି ସେକ ସରିଫ ଉଦିନ, ଅନିଲ ମିଶ୍ର ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ବିଭିନ୍ନ ଥାନାର ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published.