ଅମୃତ ମହୋତ୍ସବ ପ୍ରଭାତ ଫେରି

କଟକ,(ନାଗରାଜ ନ୍ୟୁଜ): ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ତରଫରୁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ କଲେଜ ପରିସରରୁ ବାହାରି ପୁରୀଘାଟ,ଚୌଧୁରୀ ବଜାର,ଦରଘା ବଜାରରୁ ନେତାଜୀ ଜନ୍ମସ୍ଥାନ ପର୍ଯ୍ୟନ୍ତ ହାତରେ ପ୍ଳାକାର୍ଡ, ବ୍ୟାନର, ଜାତୀୟ ପତାକା ଧରି ଭାରତ ମାତାର, ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାନ୍ ଜାତୀୟତାବାଦୀମାନଙ୍କ ଜୟ ଧ୍ଵନି ଦେଇ ଯାଇଥିଲେ।ସେଠାରେ ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ନେତାଜୀଙ୍କ ଅମର ସ୍ମୃତି ଉଦ୍ଦେଶ୍ୟରେ ଜୟଧ୍ଵନି ଦେଇଥିଲେ । ସେଠାରୁ ସେମାନେ ଗୋପବନ୍ଧୁ ଭବନ ଯାଇ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ,ଲାଲାଜୀ, ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ, ପ୍ରାଧ୍ୟାପକ ଡଃ ସତ୍ୟପ୍ରିୟ ମହାନ୍ତି, ଡଃ ଧରଣୀଧର ପଣ୍ଡା, ଆରତୀ ଦାସ,ଡଃ ସନ୍ତୋଷ ସାମଲ,ଧୂଳଚନ୍ଦ୍ର ବାରିକ,ଅବନୀ କୁମାର ପତି, ଶକ୍ତି ପ୍ରସାଦ ମହାନ୍ତି, ସନ୍ତୋଷ ବସ୍ତିଆ, ପ୍ରସନ୍ନ ମହାପାତ୍ରଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published.