ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ଠାରେ ମହାନାଗ ପୋଖରୀ ଅବସ୍ଥିତ । ଗତକାଲି ଅପରାହ୍ନରେ କୁପାରୀ ଗ୍ରାମ ନାଇକ ସାହି ବାସିନ୍ଦା ସୁରେନ୍ଦ୍ର ନାଇକ ପିତା ବାଣ୍ଠୁ ନାଇକ ସ୍ନାନ କରୁଥିବା ବେଳେ କୌଣସି କାରଣରୁ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଖବରପାଇ ଓଡ୍ରାଫ ଟିମ୍ ସହିତ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ପାଣି ଭିତରୁ ମୃତ ଅବସ୍ଥାରେ ନାଇକଙ୍କୁ ଉଦ୍ଧାର କରିଥିଲେ । ମୃତ ସୁରେନ୍ଦ୍ର ନାଇକଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ବୋଲି ଜଣାପଡିଛି । ଅଭାବୀ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published.