ପାଟଣାଗଡ ଉପଖଣ୍ଡର ଅଙ୍ଗନୱାଡି କେନ୍ଦ୍ରଗୁଡିକ ଯାଞ୍ଚ କଲେ ମନ୍ତ୍ରୀ ଟୁକୁନି ସାହୁ


ପାଟଣାଗଡ, (ନୀଳାଞ୍ଚି ବିଶି): ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗିର ଜ଼ିଲ୍ଲା ପାଟଣାଗଡ ବ୍ଲକ ଗସ୍ତରେ ଆସି ପାଟଣାଗଡ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ଭଇଷା, ଧୂବଳପଡ଼ା, ବାନ୍ଧନଭାଡି ଗାଁର ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ୦-୩ ବର୍ଷର ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମାଆମାନଙ୍କୁ ଦିଆଯାଉ ଥିବା ଅଣ୍ଡା, ଛତୁଆ ଏବଂ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କୁ ଦିଆଯାଉଥିବା ଅଣ୍ଡା, ଚାଉଳ, ଡାଲି‌ ଓ ପରିବା ଇତ୍ୟାଦି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ ସମୀକ୍ଷା କରିଥିଲେ ।

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ ମେହେର, ଭାରପ୍ରାପ୍ତ ପାଟଣାଗଡ ଉପଜ଼ିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଲକ୍ଷ୍ମୀ ପଟ୍ଟନାୟକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନୁପମା ପଣ୍ଡା ଏବଂ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.