ହାଇକୋର୍ଟରେ ASO ପରୀକ୍ଷା ମାମଲା, ସାନି ମେରିଟ ଲିଷ୍ଟ ପ୍ରକାଶ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

କଟକ,(ନାଗରାଜ ନ୍ୟୁଜ): ହାଇକୋର୍ଟରେ ଏଏସଓ ପରିକ୍ଷା ଅନିୟମିତା ମାମଲା ରେ ଆଜି ଶୁଣାଣି ହୋଇଛି । ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ମସିହା ପଲିସି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ହାଇକୋର୍ଟ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାମଲାର ଅନ୍ତ ଘଟାଇଛନ୍ତି କୋର୍ଟ । ତେବେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ହାଇକୋର୍ଟରେ ୫ଟି ମାମଲା ଦାୟର ହୋଇଥିଲା । ୨୦ରୁ ଊର୍ଦ୍ଧ୍ବ ଆଶାୟୀ ଚୟନ ପ୍ରକିୟାକୁ ବିରୋଧ କରି କୋର୍ଟରେ ଆବେଦନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ପାଣ୍ଡେ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published.