ଖଇରା ତହସିଲଦାରଙ୍କୁ ଆକ୍ରମଣ

ଖଇରା, (ନାଗରାଜ ନ୍ୟୁଜ): ବେଆଇନ ବାଲି ବୋଝେଇ ଟ୍ରକକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା । ଏଭଳି ଘଟଣା ବଡ଼ନୂଆଗାଁ ଠାରେ  ଘଟିଛି । ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାର ୨ଟି ବାଲିବୋଝେଇ ଟ୍ରକକୁ ପିଛା କରିଥିଲେ । ହେଲେ ଟ୍ରକ ଦୁଇଟି ଖଇରା ତହସିଲ ଏବଂ ଖଇରା ଥାନା ଅଞ୍ଚଳର ବଡ଼ନୁଆଗାଁରେ ଡ୍ରାଇଭର ଟ୍ରକକୁ ଛାଡି ଫେରାର ହୋଇଯାଇଥିଲା । ଖବର ପାଇ ଖଇରା ତହସିଲଦାର ଘଟଣାସ୍ଥଳରେ ପହଁଚିଥିଲେ । ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ଖଇରା ତହସିଲଦାରଙ୍କୁ ଆକ୍ରମଣ କରିଥିବା ନେଇ ତହସିଲଦାର ମହେନ୍ଦ୍ର କୁମାର ବେହେରା ଅଭିଯୋଗ କରିଛନ୍ତି । ଖଇରା ପୋଲିସ ଉକ୍ତ ସ୍ଥାନକୁ ଯାଇ ତଦନ୍ତ ଚଲାଇଛି ।

Leave a Reply

Your email address will not be published.