ଯୁବ ସାମ୍ବାଦିକଙ୍କୁ ଆକ୍ରମଣ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦିଲ୍ଲୀପ୍ ଜେନା, ଅକ୍ଷୟ ଜେନା ଓ ତାପସ ପାତ୍ର ପିତା । ସମସ୍ତ ୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ପାରୁଳିଆ ଛକ ନିକଟରେ ବାଇକ୍ ଅଟକାଇ ଯୁବ ସାମ୍ବାଦିକ ଚନ୍ଦନ କୁମାର ଜେନାଙ୍କୁ କରିଛନ୍ତି ଆକ୍ରମଣ । ଖବରରୁ ଜଣାପଡିଛି, ଉକ୍ତ ଯୁବ ସାମ୍ବାଦିକ ଜଣକ କିଛି ଦିନ ତଳେ ଅସ୍ତି ଗ୍ରାମପଞ୍ଚାୟତର ପାରୁଳିଆ ସୁବର୍ଣ୍ଣରେଖା ନଦୀ ପଠାରେ ବେଆଇନ ବାଲି ଉତ୍ତୋଳନ ସଂର୍ପକରେ ଖବର ପ୍ରସାରଣ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ବେଆଇନ ବାଲି ଉତ୍ତୋଳନ ସମ୍ପର୍କରେ ଖବର ପାଇ ପ୍ରଶାସନ ମଧ୍ୟ ବେଆଇନ ବାଲି ଉତ୍ତୋଳନକୁ ବନ୍ଦ ମଧ୍ୟ କରିଥିଲା ।

ସେହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତ୍ରିରେ ଜେନା ଯେତେବେଳେ ବାଲିଆପାଳରୁ ଘର ପାଇଁ ହୋଟେଲରୁ ଖାଦ୍ୟ ନେଇ ଫେରୁଥିବା ସମୟରେ ତାଙ୍କୁ ପାରୁଳିଆ ଛକରେ ବଢାପାଳ ଗ୍ରାମର ତିନି ଜଣ ଯୁବକ ତାଙ୍କ ବାଇକ୍ କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଜେନାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ସ୍ଥାନୀୟ ଲୋକେ ଆଣି ବାଲିଆପାଳ ଗୋଷ୍ଠୀାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ଵର ଜିଲ୍ଲା ମେଡିକାଲକୁ ରେଫର କରିଥିଲେ ଡାକ୍ତର । ଏବେ ସେହି ଯୁବ ସାମ୍ବାଦିକ ଜଣକ ବାଲେଶ୍ୱର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯେଉଁ ତିନି ଜଣ ଅସାମାଜିକ ଯୁବକ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଏହି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାଙ୍କୁ ଘୋର ନିନ୍ଦା କରିଛନ୍ତି ବାଲେଶ୍ବର ଜିଲ୍ଲା ବିଜୁ ଜନତା ଦଳର ଯୁବ ସାଧାରଣ ସଂପାଦକ ରାଧାକୃଷ୍ଣ ଦାସମହାପାତ୍ର । ସେ ଦାବି କରିଛନ୍ତି ଯୁବ ସାମ୍ବାଦିକଙ୍କୁ ଯେଉଁମାନେ ସଂଘବଧ ଭାବେ ଆକ୍ରମଣ କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯାଉ ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.