ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ନକଲି ମଦ କାରଖାନାରେ ଚଢ଼ାଉ, ବ୍ୟାପକ ପରିମାଣର ଦେଶୀ ମଦ ଜବତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁରେ ଥିବା ବିଦେଶୀ ନକଲି ମଦ ତିଆରି କାରଖାନାରେ ଛଡାଉ କରି ବିପୁଳ ପରିମାଣ ର ନକଲି ମଦ ଜବତ କରିଛି ଅବକାରୀ ବିଭାଗ l ତେବେ କୌଣସି ସୂତ୍ର ରୁ ଖବର ପାଇ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବିଦେଶୀ ମଦ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ମଦ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ପୋଲିସ । ଗିରଫ ହୋଇଥିବା ମଦ ମାଫିଆ ଜଣକ ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗାଁର ବିଷ୍ଣୁଚରଣ ବେହେରା । ତେବେ ସେତିକି ନୁହଁ ନକଲି ବିଦେଶୀ ମଦ କାରଖାନାରୁ ୬୦ ଲିଟର ନକଲି ବିଦେଶୀ ମଦ , ୩୬୦ ଲିଟର ସ୍ପିରିଟ , ୩ ହଜାର ନକଲି ଲେବଲ ,୨ହଜାର ୪ଶହ ଠିପି ,୧ ହଜାର ଖାଲି ବୋତଲ , ୧ ଲିଟର କାରାମେଲ ,୧ଲିଟର ଏସେନ୍ସ ଫ୍ଲେବର ଜବତ କରାଯାଇଛି । ସୂଚନା ଅନୁସାରେଏହା ପୂର୍ବ ରୁ ମଧ୍ୟ୍ୟ ଅବକାରୀ ବିଭାଗ ଦ୍ୱାରା ଏକ ମଦ ଟ୍ୟାଙ୍କର କୁ ଧରିବାରେ ସଫଳ ହୋଇଥିଲା । ଯାହାକୁ ଭିତ୍ତି କରି ଅବକାରୀ ପୋଲିସ କହ୍ନେଇପାଳ ଗାଁରେ ପହଞ୍ଚିକୁ ସକ୍ଷମ ହୋଇଥିଲା । ତେବେ ଆଗାମୀ ଦିନରେ ଏହାକୁ ନେଇ ଅନେକ କିଛି ଗୁମର ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.