ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ଅନୁଷ୍ଠିତ 

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତ ଗଡପୋଖରୀ ଗ୍ରାମର ସିମୁଳିଆ ଠାରେ ଦ୍ବିଯୁଗାନ୍ତର ଚତୁର୍ଥ ବାର୍ଷିକ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଆଜି ଅର୍ଥାତ୍ ତା ୧୪/୩/୨୨ରିଖ ସୋମବାର ଆରମ୍ଭ ହୋଇଛି । ଗଡପୋଖରୀ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଗରୁଡେଶ୍ବର ମହାଦେବଙ୍କ ପୋଖରୀରେ ଗାୟତ୍ରୀ ପରିବାରର ସଦସ୍ଯା ମାନଙ୍କ ଦ୍ବାରା ଘଟୋଉତ୍ତୋଳନ କରି ବିଶାଳ ସମାବେଶରେ ଯଜ୍ଞ ସ୍ଥାନକୁ ଆସିଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ଗାୟତ୍ରୀପ୍ରେମୀ ଆବାଳବୃଦ୍ଧବନିତା ଯୋଗଦେଇଥିଲେ । ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିବାର ଠାରୁ ସୂଚନା ମିଳିଛି । ଏଥିରେ ବସନ୍ତ କୁମାର ସ ଏବଂ ପ୍ରଫୁଲ୍ଲ କୁମାର ଜେନା ଆରମ୍ଭରୁ ସମସ୍ତ ଦାୟିତ୍ୱ ବୁଝାବୁଝି କରୁଥିବାର ଦେଖାଯାଇଥିଲା । ସଦସ୍ୟ ଅନାମ ଚରଣ ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ଘଟୋଉତ୍ତୋଳନ ପରେ ପ୍ରସାଦସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଖଇରା ଥାନା ତରଫରୁ ପୋଲିସ ମୁତୟନ ହୋଇଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

Leave a Reply

Your email address will not be published.