ଭିନ୍ନକ୍ଷମଙ୍କ ଅଧିକାର ନିମନ୍ତେ ସଚେତନତା ଶିବିର

ପୁରୀ, (ନାଗରାଜ ନ୍ୟୁଜ): ଭିନ୍ନକ୍ଷମମାନେ ଦୟାର ପାତ୍ର ନୁହନ୍ତି । ଭତ୍ତା ଓ ସହାୟତା ସେମାନଙ୍କ ହକ । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସମ୍ମାନର ସହ ଜୀବନ ଯାପନ ପାଇଁ ମାର୍ଗ ପ୍ରସ୍ତୁତ କରିବା ଆମର ମୁଖ୍ୟ ଉଦେଶ୍ୟ ହେବା ଉଚିତ ବୋଲି କହିଛନ୍ତି ଭିନ୍ନକ୍ଷମ କମିସନର ସୁଲଚନା ଦାସ । ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଅଧିକାର ଜଣାଇବା ଉଦେଶ୍ୟ ନେଇ ସଦଭାବନା ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀମତୀ ଦାସ । ଏହି ଅବସରରେ ସେ କହିଛନ୍ତିଯେ, ଭିନ୍ନକ୍ଷମମାନଙ୍କ ପାଇଁ ଅନେକ ଯୋଜନା ରହିଛି କିନ୍ତୁ ସରକାରୀ କର୍ମଚାରୀଙ୍କ ଉଦାସିନତା ଓ ଆମମାନଙ୍କର ଭୂଲ ପାଇଁ ସେଗୁଡିକ ସଠିକ ଉପାୟରେ ବିନିିଯୋଗ ହୋଇପାରୁନି ।

ସେ ଏହା ମଧ୍ୟ କହିଛନ୍ତିଯେ, ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଟୀକାକରଣ ଶତ ପ୍ରତିଶତ ହୋଇନାହିଁ । ସେମାନଙ୍କ ଘରେ ପହଞ୍ଚିଟୀକାକରଣ ପାଇଁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ଆରଟିଓ ସମୀର ଦଳାଇ । ଏହାର କାର୍ୟ୍ୟକାରିତା ନେଇ ସୂଚନା ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ନାୟକ । ଭତ୍ତା ବ୍ୟତୀତ ପୁରୀ ଜିଲ୍ଲାର ୨୦୭୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ଯୋଜନାରେ ସ୍କଲାରସିପ ପ୍ରଦାନ କରାଯାଇଛି ।

Leave a Reply

Your email address will not be published.