ଢେଙ୍କାନାଳ ଜିଲ୍ଲାରେ ମିଳିତ ଆନୁକୂଲ୍ୟରେ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ପାଇଁ ସଚେତନତା

ଢେଙ୍କାନାଳ, (ଗରାଜ ନ୍ୟୁଜ): ଆଜି ଢେଙ୍କାନାଳଠାରେ ନବୋଦୟ ଆଲୁମିନ ସଂଘ ଓଡ଼ିଶା ଓ ଜବାହର ନବୋଦୟ ଆଲୁମିନ ସଂଘ,ଢେଙ୍କାନାଳ ଜିଲ୍ଲା ମିଳିତ ଆନୁକୁଲ୍ୟରେ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ୍ ଉପରେ ଏକ ସଚେତନତା ୱାକାଥନ୍ ତଥା ଶୋଭାଯାତ୍ରା ଏବଂ ସ୍ୱଚ୍ଛ ସମୃଦ୍ଧ ସବୁଜ ଓଡ଼ିଶା ସମ୍ପର୍କିତ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ଅନ୍ୟ ୧୨ ଗୋଟି ଜିଲ୍ଲାର ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ଲେଖା ସଂପର୍କିତ ପ୍ଲା କାର୍ଡ ମାନ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜନ ସଚେତନତା କରିଥିଲେ ।

ପରେ ସ୍ଥାନୀୟ ଢେଙ୍କାନାଳ ଲେଖକ ସଂସଦ ଭବନ ଠାରେ ଢେଙ୍କାନଲ ନବୋଦୟ ପୁରାତନ ଛାତ୍ର ସଂଘ ଏବଂ ଓଡିଶା ନବୋଦୟ ପୁରାତନ ଛାତ୍ର ସଂଘ ପକ୍ଷରୁ ସ୍ୱଚ୍ଛ ସବୁଜ ସମୃଦ୍ଧ ଓଡ଼ିଶା ଉପରେ ଏକ ପ୍ରାକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ରାଜ୍ୟ ସଭାପତି ଇଞ୍ଜିନିୟର ଶ୍ରୀ ସଞ୍ଜୟ କୁମାର ନାୟକଙ୍କ ସଭାପତିତ୍ବକରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ନାଓ ର ଯୁଗ୍ମ ସମ୍ପାଦକ ଶ୍ରୀ ଅନିଲ ମିଶ୍ର, ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ଶ୍ରୀ ଯଶୋବନ୍ତ ସାହୁ ଏବଂ ଆୟୋଜକ ଶ୍ରୀ ଦୀପ୍ତି ରଞ୍ଜନ ସାମନ୍ତ ଏଥି ସହିତ ନାଓ ର ପୂର୍ବତନ ସଭାପତି ନୀଳାଚଳ ମହାପାତ୍ର, ରବି ସାହୁ, ତପନ ପଟ୍ଟନାୟକ, ଶିବ ଯାଦବ, ମନୋଜ, ଜ୍ଞାନ ମଲିକ,ଭାଗ୍ୟଲକ୍ଷ୍ମୀ ଦାସ ଏବଂ ଅନେକ ପୁରାତନ ଛାତ୍ର ଛାତ୍ରୀ ସଭା ପରିଚାଳନା କରିଥିଲେ .

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.