ପବିତ୍ର ଧବଳେଶ୍ଵରପୀଠରେ ବଡଓଷା ପାଳନ

କଟକ,(ନାଗରାଜ ନ୍ୟୁଜ): ଆଜି ପବିତ୍ର ଧବଳେଶ୍ଵରପୀଠରେ ବଡଓଷା ପାଳନ କରାଯାଉଛି। ବଡଓଷାରେ ବାବା ବଡସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ମଧ୍ୟ ରାତ୍ରୀରେ ଲାଗି ହେବ ଗଜଭୋଗ। ଆଜି ପ୍ରତ୍ୟେକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାରାଉଛି । ବଡ଼ଓଷା ରେ ଭକ୍ତବିନା ପୀଠ ରେ ଖାଁ ଖାଁ ପରିବେଶ ।ପୀଠରେ ୧୪୪ ଧାରା ଲାଗୁ ସହ ମୂଖ୍ୟ ରାସ୍ତା ଫାଟକ ପାଖରେ ପରଦାରେ ପାଖରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଭୋର ୪ଟା ରୁ ପହଡ ଖୋଲା ଯାଇ ମଙ୍ଗଳା ଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ଦର୍ଶନ ପାଇଁ ଦ୍ବାରା ଫିଟାଯାଇଥିଲା। ଆଜି ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ରେ ଚତୁର୍ଦ୍ଦଶୀ ସନ୍ଧି କ୍ଷଣରେ ଗଜଭୋଗ ଲାଗି କରାଯିବ। ଆସନ୍ତା କାଲି ସକାଳୁ ଶ୍ରଦ୍ଧାଳୁମାନଙ୍କୁ ଗଜଭୋଗ ବିତରଣ କରାଯିବ।

Leave a Reply

Your email address will not be published.