କୁତ୍ରା ବ୍ଳକ NPS ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ଏବଂ ଦାବିପତ୍ର ପ୍ରଦାନ

ସୁନ୍ଦରଗଡ,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ ର NPS ଶିକ୍ଷକ ସଂଘ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଏକ ବିକ୍ଷୋଭ ଏବଂ ରାଲି କରିଥିବା ଦେଖିବାକୁ ମିଳିଛି। ସଂଘ କର୍ମକର୍ତ୍ତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୁତ୍ରା କଲ୍ୟାଣ ମଣ୍ଡପ ଠାରୁ ଏକ ରାଲିରେ ବାହାରି ବିଭିନ୍ନ ବିକ୍ଷୋଭ ପ୍ରଦର୍ଶନ କରି ଏକ ୪ଦଫା ଦାବି ପତ୍ର କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। ପ୍ରାଥମିକ ବିଦ୍ୟାଳୟରେ ୨୦୦୧ ମସିହାରୁ ସ୍ଵଛେସେବି ଶିକ୍ଷକସହାୟକ,ପାରାଶିକ୍ଷକ, ଜୁନିଅର ଟିଚର,ଗଣଶିକ୍ଷକ,MLE ଶିକ୍ଷକ ଭାବେ ବିଭିନ୍ନ ନାମରେ ନିୟୋଜିତ ହୋଇଥିବା ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଅବଧିରେନିୟମିତ ଚାକିରିରେ ଗଣନା କରି ୮ଟି ଓ୬ଟି ନେସନାଲ ଇନକ୍ରିମେଟ ପ୍ରଦାନ କରିବା, ନୂତନ ପେନସନଯୋଯନାରେ(NPS) କୁ ଉଛେଦ କରିବା ସହିତ ପୁରୁଣା ପେନସନ(OPS) କୁ ଲାଗୁକରିବା ପାଇଁ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି। ସେହିପରି EX କ୍ୟାଡର କୁ ଉଛେଦ କରି କ୍ୟାଡ଼ରଭୁକ୍ତ କରିବାପାଇଁ ମଧ୍ୟ ଦାବି କରାଯାଇଛି। ଏହି ବିକ୍ଷୋଭ ତଥା ରାଲିରେ ୩୦୦ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷକ ସଂଘର ସଭାପତି ଫୁଲିନ୍ଦ୍ର ଦେଉରିଆ , ସଂଘ ସମ୍ପାଦକ ଚିତ୍ତରଞ୍ଜନ ସାହୁ, ଜିଲ୍ଲା ପ୍ରତିନିଧି ଶଙ୍କର ନିଖଣ୍ଡିଆ, ଉପସଭାପତି ବିକାଶ ସାହୁଙ୍କ ତତ୍ବାବଧାନରେ ଏହି ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶଚିଦାନନ୍ଦକାକ୍,ଅନଓର ଅହମଦ, ବିଦ୍ୟୁତ ପ୍ରଭାସ୍ବାଇଁ, ବିମଳସାହୁ, ସୁଦିପ୍ତ ରଞ୍ଜନ ବେହେରା, ତପନ କୁମାର ସେଠୀ,ନାରାୟଣ ମହାନନ୍ଦ, ଅଲକାବେହେରା, ସରୋଜ ମିଞ୍ଜ, ରୋହିତ ପ୍ରଧାନ, ସଞ୍ଜୟ ଟପ୍ପୋ,ରାଜେନକୁଲୁ,ସରୋଜକାକ, ଦେବାନନ୍ଦ କଣ୍ଟିଆ,ତ୍ରିଷିଲାତିର୍କି, ଜନ୍ମାଜୟକେରକେଟା, ଏବଂ ଗୈାରାଙ୍ଗଲାକ୍ରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.