ଆଜିଠାରୁ ଆରମ୍ଭ ହେଲା ବାଲୁକା କଳା

କଟକ,(ନାଗରାଜ ନ୍ୟୁଜ): ବାଲିଯାତ୍ରା ଜମି ଉଠିଲାଣି l ଆଜିଠାରୁ ଆରମ୍ଭ ହେଲା ବାଲୁକା କଳା। ବାଲିଯାତ୍ରା ର ତଳ ପଡିଆ ଠାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦ୍ୱାରା ବାଲୁକା କଳା ପ୍ରଦର୍ଶିତ କରାଯାଇଛି । ପ୍ରାୟ 10 ଟ୍ରିପ ରୁ ଅଧିକ ବାଲି ରେ ବାଲୁକା କଳା ନିର୍ମାଣ କରାଯାଇଛି l ବାଲୁକା କଳା ମାଧ୍ୟମରେ ଓଡ଼ିଶାର ଇତିହାସ ନୌ ବାଣିଜ୍ୟ ପରମ୍ପରାକୁ ଆଧାର କରାଯାଇଛି।ବିଶେଷ କରି କଳିଙ୍ଗର ସାଧବ ମାନେ ବେପାର ବାଣିଜ୍ୟ ପାଇଁ ସାତ ସମୁଦ୍ର ତେର ନଈ ବୋଇତ ମାଧ୍ୟମରେ ଯାତ୍ରା କରୁଥଲେ। ତାହାକୁ ଭିତ୍ତି କରି ପ୍ରଦର୍ଶିତ କରାଯାଇଛି।ଏହା ସ୍ୱଚ୍ଛ ଓ ସବୁଜ ବାଲିଯାତ୍ରା ର ବାର୍ତ୍ତl ପ୍ରଚାର କରିବା । ଏଥି ସହିତ ଏହି କଳା ମାଧ୍ୟମ ରେ ଓଡିଶା ର ଅତୀତ ଇତିହାସ ପରମ୍ପରା ଜଡିତ ରହିଛି l ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଶ୍ରୀ ସୁନୀଲ ବଂଶାଲ ଏହି ବାଲୁକା କଳା କୁ ଉଦଘାଟନ କରି କହିଲେ ବାଲିଯାତ୍ରା ହେଉଛି ଉତ୍କଳ ର ଅତୀତ ସଂସ୍କୃତି ଓ ପରମ୍ପରା ର ପ୍ରତୀକ l ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି କଳା ମଧ୍ୟ ରେ ସ୍ୱଚ୍ଛ ଓ ସବୁଜ ବାଲିଯାତ୍ରା ର ବାର୍ତା ପ୍ରଦାନ କରିଛନ୍ତି l ଏହା ନିଶ୍ଚିତ ଭାବରେ ଅଭିନନ୍ଦନୀୟ l

ଉଦଘାଟନ ଉତ୍ସବ ରେ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ମେୟର ଶ୍ରୀ ସୁବାଷ ସିଂ,ସିଡିଏ ଅଧକ୍ଷ ଅନୀଲ କୁମାର ସାମଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର ଉପସ୍ଥିତଥିଲେ । ବାଲୁକା ଶିଳ୍ପୀ ପଦ୍ମ ଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ଶ୍ରୀ ବାଂଶାଲ୍ ଙ୍କୁ ବାଲୁକା କଳା ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ ବର୍ଷ ବାଲିଯାତ୍ରା ଏକ ନୂଆରୂପ ରେ ଆବିର୍ଭାବ ହୋଇଛି l ପ୍ରଶାସନ ପକ୍ଷରୁ ବାଲିଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି l ବାଲୁକା କଳା ଉଦଘାଟନ ଉତ୍ସବ ରେ ବହୁ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published.