ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଉପକାରୀତା ନେଇ ସଚେତନତା

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିପରି ଘରେ ଘରେ ପହଞ୍ଚି ପାରିବ ସେଥିପାଇଁ ବିଜୁ ଜନତା ଦଳ ତରଫରୁ ଏକ ଅଭିନୟ ପ୍ରୟାସ କରାଯାଇଛି । ଏଥିପାଇଁ ବିଜେଡିନେତା ଓ କର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କୁ ଅବଗତ କରାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିପ୍ରାୟ ରହିଛି ସମସ୍ତେ ଏଥିରେ ଭାଗିଧାରି ହୁଅନ୍ତୁ ଏବଂ ସମସ୍ତେ ଏହାର ସୁବିଧା ପାଆନ୍ତୁ । ବାଲେଶ୍ୱର ଜିଲ୍ଲାରେ ପାଖାପାଖି ପ୍ରାୟ ପାଞ୍ଚ ଲକ୍ଷ ଅଠର ହଜାର ପରିବାର ଏହି କାର୍ଡ ପାଇଛନ୍ତି । ସମସ୍ତଙ୍କ ଘରେ ଘରେ ପହଞ୍ଚି ଏହାର ସୁଫଳ ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି । ଏହି ପରିପ୍ରେକ୍ଷୀରେ ବସ୍ତା ବ୍ଳକ ବରୁଣ ଗଡିଆ ପଞ୍ଚାୟତରେ ବାଲେଶ୍ଵର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା, ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର, ବସ୍ତା ବିଧାୟକ ନିତ୍ୟାନ୍ଦନ ସାହୁ, ରାଜ୍ୟ ମହିଳା କାର୍ୟ୍ୟାକାରିଣୀ ସଭାପତି ସୁବାସିନୀ ଜେନା, ବିଜେଡି ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ରଞ୍ଜନା ଦାସ, ଜିଲ୍ଲା ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ, ମହାଦେବ ଦାସ, ବରୁଣ ଗାଡିଆ ସରପଞ୍ଚ ଲିପିକା ରାଉଳ ଓ ସମିତି ସଭ୍ୟା ମମତା ସାମଲ, ସରପଞ୍ଚ ଅଞ୍ଜନ ଦଣ୍ଡପାଟ, ସ୍ଥାନୀୟ ସରପଞ୍ଚ, ବହୁ ବିଜେଡି ନେତ୍ରୀ ଓ କର୍ମୀମାନେ ଘରେ ଘରେ ପହଞ୍ଚି ଲୋକମାନଙ୍କୁ ଅବଗତ କରାଇଥିଲେ । ସାଂସଦଙ୍କ ପ୍ରତିନିଧି ବିଜୁ କାର୍ଡ ବିଷୟରେ ବିଜେଡି ନେତା ଓ କର୍ମୀ ମାନଙ୍କ ଉପରେ କିଛି ମନ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published.