ଆୟୁଷ୍ମାନ ଭାରତ ଗୋଷ୍ଠୀସ୍ତରୀୟ ସ୍ବାସ୍ଥ୍ୟ ମେଳା ଶିବିର ଉଦଘାଟିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଗ୍ରାମାଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଚେଷ୍ଟାରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଆଠଟି ବ୍ଲକରେ ଆୟୁଷ୍ମାନ ଭାରତ ଗୋଷ୍ଠୀସ୍ତରୀୟ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଗଁଦିଆ ବ୍ଲକର ମଠତେନ୍ତୁଳିଆ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗର ଡାକ୍ତରମାନେ ଭିନ୍ନ ଭିନ୍ନ ଷ୍ଟଲରେ ରୋଗୀମାନଙ୍କୁ ପରୀକ୍ଷା କରିଥିଲେ ଏବଂ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥିଲେ । ଗଁଦିଆ ଏବଂ ଆଖପାଖ ଅଞ୍ଚଳର ବହୁ ଲୋକ ଏହି ଶିବିରରେ ଯୋଗଦେଇଥିଲେ ।

ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ସ୍ବାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପରିଷଦ ସଭାପତି ଅର୍ଚନା ପୁହାଣ ଏବଂ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ତାଙ୍କ ଅଞ୍ଚଳରେ ଏଭଳି ଏକ ଜନହିତକର ସ୍ବାସ୍ଥ୍ୟ ଶିବିର ଆୟୋଜିତ କରାଇଥିବାରୁ ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରର ମୁଖ୍ୟ ସ୍ଥିତପ୍ରଜ୍ଞ ମହାନ୍ତି , ADMO ଢେଙ୍କାନାଳ , ମଠତେନ୍ତୁଳିଆ ଗ୍ରା ପ ସରପଞ୍ଚ ମାନଗୋବିନ୍ଦ ମହାନ୍ତି,ସମିତି ସଭ୍ୟ ଗୋବିନ୍ଦ ନାୟକ,ସମସ୍ତ ସ୍ଵାସ୍ଥକେନ୍ଦ୍ରର ଆଶା ଓ ସମସ୍ତ ପଞ୍ଚାୟତ ର ସ୍ଵାସ୍ଥ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ୭୮୫ଜଣ ହିତାଧିକାରୀ ଙ୍କର ସମସ୍ତ ପ୍ରକାରର ସ୍ୱାସ୍ଥଗତ ପରୀକ୍ଷା କରିବା ସହିତ ଚିକିତ୍ସା ର ବ୍ୟବସ୍ଥା କରାଯାଇଥିଲା ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.