ଟଙ୍କତୋରାଣି ସେବାରେ ବିଶ୍ୱନୟନ

ପୁରୀ,(ନାଗରାଜ ନ୍ୟୁଜ): ଡ଼ହଡ଼ହ ଖରା ଶୋଷରେ ଡହଳ ବିକଳ ଭକ୍ତ ଓ ପର୍ଯ୍ୟଟକ ହେଲେ ଜିଲ୍ଲା ପ୍ରଶାସନର ନିଘା ନାହିଁ। ଶ୍ରୀମନ୍ଦିର ପ୍ରଶାସନ ତ କେବଳ ଭକ୍ତମାନଙ୍କ ଠାରୁ ନେବା ଶିଖିଛି ପ୍ରତିଡିନ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଦାନ ଭାବରେ ପାଉଥିଲେ ବି ଭକ୍ତମାନଙ୍କପାଇଁ ମାଗଣାରେ ମହାପ୍ରସାଦ ମୁଠେ ଦବା ଦୂରର କଥା ଟଙ୍କତୋରାଣି ଡ଼ଙ୍କେ ନାହିଁ ହେଲେ ଭାରତୀୟ ସ୍କାଉଟ ଓ ଗାଇଡ୍ସ ତରଫରୁ ବଳଗଣ୍ଡି ଛକରେ ଉର୍ଯାବନୀ ଓଡିଶା ତରଫରୁ ସରଧାବାଲି ରେ ଅଭଡ଼ା ତୋରାଣି ଦେଉଥିବାବେଳେ ଏହିପରି କାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଶ୍ଵନୟନ ଈଶ୍ୱରୀୟ ଟ୍ରଷ୍ଟ ଭକ୍ତଙ୍କର ପ୍ରବେଶ ପଥ ମରିଚିକୋଟ ଛକରେ ଟ୍ରଷ୍ଟର ସମ୍ପାଦକ ତୃପ୍ତି ପଣ୍ଡା ଓ ଡାକ୍ତର ସୌମ୍ୟକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଟଙ୍କତୋରାଣି ସେବା। ସାମାଜସେବୀ ବଦ୍ରୀ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।।ଯାଜପୁର ର ମୋହନ ମହାରଣା ପୁରୀର ବିଶିଷ୍ଟ ସେଛ୍ୱାସେବୀ ଇତିଶ୍ରୀ ଦାସ ଓ ଦୀପକ ମହାପାତ୍ର ଏହିସେବା ଆରମ୍ଭ କରିଥିଲେ।ହିମାଂଶୁ ମହାପାତ୍ର ଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଦସହଜାର ଭକ୍ତଙ୍କୁ ସକାଳ ୯ଟାରୁ ଦିନ ୨ଟା ଭିତରେ ଏହା ଏକ ରେକର୍ଡ ବୋଲି ସାମାଜସେବୀ ବଦ୍ରୀ ମିଶ୍ର କହିଥିଲେ।

Leave a Reply

Your email address will not be published.