ରାସ୍ତାରୋକ କଲେ ବଡ଼ବାରଣା ଗ୍ରାମବାସୀ

ବଡମ୍ବା, (ନାଗରାଜ ନ୍ୟୁଜ): ବଡମ୍ବା ସୁନପାଳ ଛକ ନିକଟରେ ରାସ୍ତାରୋକ କଲେ ବଡ଼ବାରଣା ଗ୍ରାମବାସୀ । ଗାଁ ର ଜ୍ଞାନ ରଂଜନ ପଣ୍ଡା (୩୬ବର୍ଷ), ବୈକୁଣ୍ଠ ନାଏକ (୬୦ବର୍ଷ), ସୂର୍ଯ୍ୟମଣି ନାଏକ (୧୪ବର୍ଷ) ଏହି ୩ ଜଣ ଵିଧାପୁରରୁ ତାଙ୍କର ସମ୍ପର୍କୀୟଙ୍କ ଘରୁ ନିଜ ଗାଁ ବଡ଼ବାରଣାକୁ ରାତି ୧୧ଟା ସମୟରେ ଏକ ଅଟୋ ଯୋଗେ ଘରକୁ ଫେରୁଥିବା ସମୟରେ ଗଡା ପୋଖରୀ ପ୍ରେଟୋଲ ପମ୍ପ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡମ୍ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବୈକୁଣ୍ଠ ନାଏକ (୬୦ ବର୍ଷ)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଧକ୍କା ଦେଇଥିବା ଗୋରୁ ବୋଝେଇ କଣ୍ଟେନରକୁ ପୋଲିସ ଉପସ୍ଥିତ ରେ ଛାଡିଥିବା ନେଇ ଗାଁ ଲୋକ ମାନେ ରାତ୍ରିରେ ପ୍ରଥମେ ବଡମ୍ବା ଗାନ୍ଧୀ ଛକ ନିକଟ ରାଜ୍ୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିବା ବେଳେ ଆଜି ସକାଳୁ ମଧ୍ୟ ନିଜ ସୁନପାଳ ଛକ ରେ ରାସ୍ତାରୋକ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବଡମ୍ବା ଥାନା ଅଧିକାରୀ ଓ ତହସିଲଦାର ଙ୍କୁ ଲୋକେ ଘେରିଛନ୍ତି। ଯେ ପର୍ଯ୍ୟନ୍ତ ଗୋରୁ ଗାଡି ନ ଧରା ହୋଇଛି ସେ ପର୍ଯ୍ୟନ୍ତ ଏହିଭଳି ରାସ୍ତାରୋକ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଅଡ଼ି ବସିଛନ୍ତି ।

Leave a Reply

Your email address will not be published.