ପ୍ରେମିକଙ୍କ ମୃତ ଦେହ ଉଦ୍ଧାର

ଖଇରା, (ନାଗରାଜ ନ୍ୟୁଜ): ପ୍ରେମିକଙ୍କ ମୃତ ଦେହ ଉଦ୍ଧାର । ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ଥାନା ନୟାଖଣ୍ଡି ପଂଚାୟତ ଏବଂ ନୟାଖଣ୍ଡି ଗ୍ରାମ କୁମ୍ଭାର ସାହିର । ଘଟଣା ରୁ ପ୍ରକାଶ ଥାଉକି ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ବେଲଦା ଗ୍ରାମର କୈଳାଶ ବେହେରାଙ୍କ ମଝିଆଁ ପୁଅ ଲାଷ୍ମୀକାନ୍ତ(୨୬) ଗତକାଲି ରାତିରେ ନିଜ ଘରକୁ ଫେରି ନଥିଲେ । ଆଜି ଲାଷ୍ମୀକାନ୍ତଙ୍କ ପରିବାର ଲୋକ ଖବର ପାଇ ନୟାଖଣ୍ଡି ଗ୍ରାମରେ ପହଞ୍ଚିଥିଲେ ଏବଂ ମୃତଦେହଟି ଲାଷ୍ମୀକାନ୍ତଙ୍କର ବୋଲି ଚିହ୍ନଟ କରିଥିଲେ । ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଏହି ଘଟଣାର ଝିଅର ବାପ ନିର୍ମଳ ବେହେରାଙ୍କ ସମେତ ପରିବାରର ଅନ୍ୟମାନେ ମିଶି ଲାଷ୍ମୀକାନ୍ତଙ୍କୁ ମାରି ଦେଇଥିବାର ପୁଅ ଘର ଅଭିଯୋଗ କରିଛନ୍ତି । ଝିଅ ପୁଅ ପରସ୍ପରକୁ ୩ ବର୍ଷ ହେବ ପ୍ରେମ କରୁଥିବା ବେଳେ ସେମାନଙ୍କ ବିବାହ ପାଇଁ ଝିଅ ଘର ଲୋକେ ଅରାଜି ଥିଲେ ବୋଲି ପୁଅର ପରିବାର ଲୋକ କହିଛନ୍ତି । ସାଇଣ୍ଟିଫିକ ଟିମ ଦ୍ୱାରା ସଠିକ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ପୁଅର ପରିବାର ଲୋକ ଦାବି କରିଛନ୍ତି ।

Leave a Reply

Your email address will not be published.