ନିଆଳି ମତଦାନ ବାଧାପ୍ରାପ୍ତ

ନିଆଳି, (ନାଗରାଜ ନ୍ୟୁଜ): ପ୍ରଶାସନର ସବୁ ବ୍ୟବସ୍ଥା ପରେବି କଟକ ଜିଲ୍ଲା ନିଆଳି ବ୍ଲକରେ ମତଦାନ ବାଧାପ୍ରାପ୍ତ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛି ବାଲାଟ ବାକ୍ସ । ଏହି ବ୍ଲକର ଜଲାରପୁର ପଂଚାୟତର ୧୮ ନମ୍ବର ବୁଥରେ ଜଣେ ଯୁବକ ଭୁଜାଲି ଧରି ଗିରଫ ହୋଇଥିବା ବେଳେ ଅଳଣା ପଂଚାୟତର ୧୨ ନମ୍ବର ବୁଥର ଗୋଟିଏ ବାଲଟ ବାକ୍ସରେ ପାଣି ପୁରାଇ ନଷ୍ଟ କରିଦିଆଯାଇଛି । ଏପରି କାର୍ଯ୍ୟ କରିଥିବା ୪ ଜଣଙ୍କୁ ଗିରଫ କରାଯାଇଛି ।ପୋଖରୀ ଗାଁ ପଂଚାୟତର ୨,୧୧,୧୬,୧୭,୧୮ ନମ୍ବର ବୁଥରେ ଭୋଟ ବର୍ଜନ ହୋଇଥିବା ବେଳେ ୧୨,୧୩,୧୪,୧୫ ନମ୍ବର ବୁଥରେ
ଥିବା ବାଲଟ ବକ୍ସରେ ପାଣି ପଶିଥିବା ଜଣାପଡିଛି । କପାସି ପଂଚାୟତର ଅରକଟା ଗାଁରେ ଥିବା ୧ ନମ୍ବର ବୁଥରେ  ଲୋକେ ଭୋଟ ବର୍ଜନ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସାନି ମତଦାନ ହୋଇପାରେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.