ମାନସିକ ଚାପରେ ଯୁବକର ଆତ୍ମହତ୍ୟା

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ରାଣୀବନ୍ଧ ନିଉକୋଲୋନୀରେ ଜଣେ ୨୨ ବର୍ଷିୟ ଯୁବକ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଇଛି ଯେ, ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ସମସ୍ତେ ଶୋଇଥିବାବେଳେ,୨୨ବର୍ଷିୟ କୁନାଲଡୁଙ୍ଗ । ଯିଏକି ଜଣେ ଆଇଟିଆଇ ଛାତ୍ର । ସେ ଶୋଇବା ଘରେ ଭିତରପଟୁ କବାଟ କିଳି ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ । ସକାଳୁ ପରିବାର ଲୋକେ କୁନାଲ କବାଟ ନ ଖୋଲିବାରୁ ସନ୍ଦେହ କରି କବାଟ ଭାଙ୍ଗି ଭିତରକୁ ପସିଥିଲେ । ଆତ୍ମହତ୍ୟା କରିଥିବା ଦେଖି ସଙ୍ଗେ ସଙ୍ଗେ ରାଜଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ‌ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସୁଚନାଯୋଗ୍ୟ ଯେ, କୁନାଲ୍ କୁସଙ୍ଗରେ ପଡ଼ି ବିଭିନ୍ନ ପ୍ରକାରର ନିଶା ସେବନ କରୁଥିଲା । ପରିବାର ଲୋକେ ତାଙ୍କର ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସା କରାଉଥିଲେ । ଆଇଟିଆଇ ପରୀକ୍ଷା ପାଖେଇ ଆସୁଥିବାରୁ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ । ତେଣୁ ରାତିରେ ସମସ୍ତେ ଶୋଇପଡିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published.