ଓଡିଶା ପ୍ରଗତି ଦଳ ପକ୍ଷରୁ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନ, (ନାଗରାଜ ନ୍ୟୁଜ): ଓଡିଶା ପ୍ରଗତିଦଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଠାରେ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଦଳର ରାଜ୍ୟ କାର୍ୟ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରତାପ ପଣ୍ଡା ସଭା ପରିଚାଳନା କରିଥିଲେ । ସ୍ମୃତି ପୀଠରେ ବାଜି ରାଉତଙ୍କ ପୁତୁରା କୁଳମଣି ରାଉତଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଲଡୁ ବାଣ୍ଟନ କରିଥିଲେ ।

ରାଜ୍ୟ ସମ୍ପାଦକ ନଜରୁଲ ଇସଲାମ, ନଗର ସଭାପତି ଅର୍ଜୁନ ସେଠି, ଯୁବ ସଭାପତି ଡି. ଡଲଟନ, ମହିଳା ସଭାପତି ପୁଷ୍ପଲତା ରଣା ଓ ପରଜଙ୍ଗର ପ୍ରସନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କର୍ମକର୍ତ୍ତା ଏନ୍ତୁଡ଼ିଶାଳ ଓ ଗୁଳିକାଣ୍ଡ ସ୍ଥଳ ଦର୍ଶନ କରିଥିଲେ ।

Leave a Reply

Your email address will not be published.