ବଣିଆ ଗ୍ରାମରେ ବନଜାଗ ମହୋତ୍ସବ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ର ଭକ୍ତ କବି ଦିନ କୃଷ୍ଣ ଦାସ ଙ୍କ ସାଧନା ପୀଠ ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଠାରେ ନିର୍ମାଣ ଧୀନ ଶ୍ରୀ ଜଗନ୍ନାଥ ଙ୍କର ନୂତନ ମନ୍ଦିର ରେ ଶ୍ରୀ ବିଗ୍ରହ ମାନଙ୍କର ପ୍ରତିଷ୍ଠା ନିମନ୍ତେ ଶରଣ ଶ୍ରୀକ୍ଷେତ୍ର ର ଚିଣ୍ଟୁ ବାବା ଧଳପୁର ମା ବାଣେଶ୍ୱରୀଙ୍କ ଠାରୁ ସ୍ୱପ୍ନାଦେଶ ପାଇ ଜିଲ୍ଲା ର ଭାଗିରଥି ପୁରଠାରେ ଶ୍ରୀ ଜଗନ୍ନାଥ ଓ ସୂଦର୍ଶନଙ୍କ ଦାରୁ ଚିହ୍ନଟ କରିଥିବା ବେଳେ ଜିଲ୍ଲାର ପବିତ୍ର କପିଳାସ ପୀଠ ପାଦ ଦେଶର ସୋରିଷିଆପଦା ପଞ୍ଚାୟତ ଅନ୍ତର୍ଗତ ବଣିଆ ଗ୍ରାମଠାରେ ମହାପ୍ରଭୁ ବଳଭଦ୍ର ଓ ମା ସୂଭଦ୍ରା ଙ୍କ ଦାରୁ ଚିହ୍ନଟ କରାଯାଇ ୨୨ତାରିଖରୁ ବନଜାଗ ମହୋତ୍ସବ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଉକ୍ତ ବନଜାଗ ମହୋତ୍ସବରେ ବ୍ରତ ଧାରୀ ମାନେ ଶରଣ ଶ୍ରୀ କ୍ଷେତ୍ରରୁ ବାହାରି ପ୍ରଥମେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଙ୍କ ର ଦର୍ଶନ କରି ୨୨ତାରିଖରେ ଉକ୍ତ ବଣିଆ ଗ୍ରାମ ଠାରେ ପହଁଚିଥିଲେ । ସେଠାରେ ପ୍ରଭୁ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା ଙ୍କର ଦାରୁ ପୂର୍ବ ପ୍ରସ୍ତୁତି ନିର୍ଦେଶ ମତେ ବନ ଜାଗମହୋତ୍ସବ ରେ ସ୍ତୋତ୍ରିୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଦାରୁ ପୂଜନ ଦାରୁ ସ୍ନାନ ଅର୍ଚ୍ଚନା ଏବଂ ସହସ୍ର ଗୁମ୍ଭାରୀ ନୃସିଂହ ମନ୍ତ୍ରରେ ଘୃତ ସ୍ନାନ କରାଯାଇ ଦାରୁ ଛେଦନ କରାଯାଇଥିଲା । ଏହାପରେ ଭୁବନ ଅଂଚଳରୁ ଆସିଥିବା ଦୁଇଟି ଶଗଡ଼ିକୁ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇ ଏଥିରେ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା ଙ୍କର୭ଫୁଟ ଲମ୍ବର ଦୁଇଟି ଯାକ ଦାରୁ କୁ ସମ୍ପୂର୍ଣ ଧର୍ମୀୟ ରୀତିନୀତି ଅନୁଯାୟୀ ରଖାଯିବା ଭୁବନର ଥୋରିଆ ବଳଦ ଙ୍କୁ ସୁନ୍ଦର ଭାବରେ ସାଜା ସଜା ସ୍ଵରୁପ ଉକ୍ତ ଶଗଡ଼ ଦ୍ୱୟରେ ଯୋଚା ଯାଇଥିଲା । ଏହାପରେ ଉପସ୍ଥିତ ହଜାର ହଜାର ଭକ୍ତ ଙ୍କ ହରିବୋଲ ଓ ହୁଳହୁଳି ଧ୍ଵନି ମଧ୍ୟରେ ଶରଣ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା ।

ଅବଶିଷ୍ଟ ବଳକା ଦାରୁ ଗୁଡିକୁ ନିକଟରେ ପାତାଳୀ କରାଯାଇଥିଲା । ଉକ୍ତ ବନ ଜାଗ ମହୋତ୍ସାବ ର ମୁଖ୍ୟ ପୁରୋଧା ଥିଲେ ଶରଣ ଶ୍ରୀ କ୍ଷେତ୍ରର ଚିଣ୍ଟୁ ବାବା ଅନ୍ୟ ପ୍ରମୁଖ ମାନଙ୍କ ମଧ୍ୟରେ ଲୋକନାଥ ପୂଜା ପଣ୍ଡା, ଡଃ ଶରତ ଚନ୍ଦ୍ର ମହାନ୍ତି, ଶିବ ଶଙ୍କର ଦାସ ମହାପାତ୍ର । ଢେ଼ଙ୍କାନାଳ ଜିଲ୍ଲା ଚାରଣ ସେବା ସଂଗଠନର ମୂଖ୍ୟ ଅରୁଣ କୁମାର ପୁହାଣ ଚାରଣ କପିଳାସ ସଂଗଠକ ଅଭିମନ୍ୟୁ ଦାସ, ସେବକ ବିନାୟକ ମହାନ୍ତି ପ୍ରମୁଖ ଶ୍ରୀ ଜଗନ୍ନାଥ ଙ୍କ ଉପସ୍ଥାପିତ ସାର ଗର୍ଭକ ନୀତିବାଣୀ ଉପ ସ୍ଥିତ ଭକ୍ତ ମାନଙ୍କୁ ବିମୋହିତ କରିଥିଲା । ଏହି କାର୍ଯ୍ୟକ୍ରମରେ କପିଳାଶ ଜଗନ୍ନାଥ ସେବା ସଂଗଠନ ର ସଭ୍ୟ ମାନେ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ ସେବା ଓ ସହଯୋଗ କରିଥିଵା ବେଳେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ରାଉତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶଗଡ଼ିରେ ଯାଉଥିବା ଦାରୁଙ୍କୁ ପ୍ରତ୍ୟେକ ଗ୍ରାମମାନଙ୍କରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଉକ୍ତ ଦାରୁଙ୍କୁ ପୂଜା ଅର୍ଚ୍ଚନା କରାଯାଉଥିଲଵା ଦେଖିବାକୁ ମିଳିଥିଲା । ଢେଙ୍କାନାଳ ନିକଟସ୍ଥ ଭଗବାନ ପୁର ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏବଂ ୨୭ ତାରିଖ ଦିନ ଦଶଦେବୀ ଙ୍କ ପରିସରରେ ଚତୁର୍ଥା ମୂର୍ତ୍ତିଙ୍କ ଦାରୁ ଏକତିର୍ତ୍ତା ହେବେ ୨୮ ତାରିଖ ରେ ଶରଣ ଶ୍ରୀକ୍ଷେତ୍ର ଅଭିମୁଖେ ଶୋଭାଯାତ୍ରା କରିବେ ।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.