ବନାମହୋତ୍ସବ ସପ୍ତାହ ପାଳିତ

ବାଙ୍କୀ: ଡମପଡା ବନଖଣ୍ଡ ପକ୍ଷରୁ ଆଜି ସ୍ଥାନୀୟ ଅଗ୍ନିଶ୍ରମ ପ୍ରାଙ୍ଗଣରେ ଶହେରୁ ଉର୍ଦ୍ଧ୍ବ ଗଛ ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବାଙ୍କୀ ଡମପଡା ବନ କର୍ମଚାରିଙ୍କ ସହିତ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଛନ୍ତି । ବୃକ୍ଷ ହିଁ ଜୀବନ । ବୃକ୍ଷ ରୋପଣ ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ରହିବା ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ ନିୟମ ମାନି ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅଗ୍ନିଶ୍ରମ ବାହିନୀର ମୁଖ୍ୟ ବସନ୍ତ ପାତ୍ର ଓ ଫରେଷ୍ଟର ରାକେଶ ସ୍ୱାଇଁଙ୍କ ସହ ସମସ୍ତ ବନକର୍ମଚାରୀ ଓ ଅଗ୍ନିଶ୍ରମ କର୍ମଚାରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.