ଚଳିତବର୍ଷ କେବଳ ଗଡିବ ବଡ ଦେଉଳର ରଥ, ଅନ୍ୟ ସ୍ଥାନରେ ରଥଟଣାକୁ ନାଁ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପୁରୀ: ଜୁଲାଇ ମାସ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଅନ୍ୟ ସ୍ଥାନମାନଙ୍କରେ ରଥଯାତ୍ରା ଆୟୋଜନ ନେଇ ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ଯାହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୁରୀ ବା ବଡ ଦେଉଳର ରଥ ବ୍ୟତୀତ ରାଜ୍ୟର ଆଉ କୌଣସି ସ୍ଥାନରେବି ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରଥଟଣା ନେଇ ରାଜ୍ୟର ଅନ୍ୟ ସ୍ଥାନରେ ଏନେଇ ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିସନ୍ ଫାଇଲ୍ ହୋଇଥିଲା ।

ପୂର୍ବରୁ ଓଡ଼ିଶା ହାଇକୋର୍ଟ ବି ଏସମ୍ପର୍କିତ ପିଟିସନ ଖାରଜ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ଦେଇ ନାହାନ୍ତି ସରକାର । ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନରେ ବିରୋଧ କରିବା ସହ କୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ହାଇକୋର୍ଟରେ ପିଟିସନ୍ ଖାରଜ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Leave a Reply

Your email address will not be published.